‘କୁଇନସ୍‌ କାଉନସେଲ୍‌’ ଭାବେ ନିଯୁକ୍ତି ପାଇଲେ ଦେଶର ଖ୍ୟାତନାମା ଆଇନ୍‌ଜୀବୀ ହରିଶ୍‌ ସାଲ୍‌ଭେ

ନୂଆଦିଲ୍ଲୀ: ଦେଶର ବରିଷ୍ଠ ତଥା ଖ୍ୟାତନାମା ଆଇନଜୀବୀ ହରିଶ୍‌ ସାଲ୍‌ଭେଙ୍କୁ ବ୍ରିଟେନ୍‌ ରାଣୀଙ୍କ ଓକିଲ (କୁଇନସ୍‌ କାଉନସେଲ୍‌) ଭାବେ ନିଯୁକ୍ତି ମିଳିଛି। ରାଣୀଙ୍କ ଓକିଲ ଭାବେ ଆଇନଜୀବୀ ହରିଶ୍‌ ସାଲ୍‌ଭେ ଇଂଲଣ୍ଡ ଓ େଓ୍ଵଲସ୍‌ କୋର୍ଟରେ ମାମଲା ପରିଚାଳନା କରିବେ।

ସାଧାରଣତଃ ଅଦାଲତରେ ମାମଲା ପରିଚାଳନାରେ ଅସାଧାରଣ ଦକ୍ଷତା ରଖୁଥିବା ଆଇନଜୀବୀମାନଙ୍କୁ ରାଣୀଙ୍କ ଓକିଲ (କୁଇନସ୍‌ କାଉନସେଲ୍‌) ଭାବେ ନିଯୁକ୍ତି ମିଳିଥାଏ। ଆସନ୍ତା ମାର୍ଚ୍ଚ ୧୬ରେ ଇଂଲଣ୍ଡର େଓ୍ଵଷ୍ଟମିନିଷ୍ଟର ହଲ୍‌ରେ ଲର୍ଡ ଚାନ୍‌ସେଲରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଆଇନଜୀବୀ ହରିଶ୍‌ ସାଲ୍‌ଭେଙ୍କୁ ଆନୁଷ୍ଠାନିକ ଭାବେ ବ୍ରିଟେନ୍‌ ରାଣୀଙ୍କ ଓକିଲ (କୁଇନସ୍‌ କାଉନସେଲ୍‌) ଭାବେ ନିଯୁକ୍ତି ମିଳିବ ବୋଲି ଜାଣବା ପାଇଁ ମିଳିଛି।

News Nation

ଜଣେ ଦକ୍ଷ ଓ ବିଚକ୍ଷଣ ଆଇନଜୀବୀ ଭାବେ ହରିଶ୍‌ ସାଲ୍‌ଭେଙ୍କର କେବଳ ମାତ୍ର ଦେଶରେ ନୁହେଁ ବିଦେଶରେ ମଧ୍ୟ ଯଥେଷ୍ଟ ସୁନାମ ଓ ଖ୍ୟାତି ରହିଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ୧୯୯୯ ନଭେମ୍ବରରୁ ୨୦୦୨ ନଭେମ୍ବର ପର୍ଯ୍ୟନ୍ତ ଆଇନଜୀବୀ ହରିଶ୍‌ ସାଲ୍‌ଭେ ଦେଶର ସଲିସିଟର ଜେନେରାଲ ଭାବେ ନିଯୁକ୍ତି ପ୍ରାପ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର