ଆର. ଭେଙ୍କଟରମାନି ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ

ନୂଆଦିଲ୍ଲୀ : ବରିଷ୍ଠ ଓକିଲ ଆର. ଭେଙ୍କଟରମାନିଙ୍କୁ ଭାରତର ନୂଆ ଆଟର୍ଣ୍ଣି ଜେନେରାଲ ନିଯୁକ୍ତ କରାଯାଇଛି । ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ନିଯୁକ୍ତ କରିଛନ୍ତି।

ତାଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ ବୋଲି କେନ୍ଦ୍ର  ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି । ଭେଙ୍କଟରମାନି ପୂର୍ବରୁ ଲ’ କମିସନର ସଦସ୍ୟ ରହିଥିଲେ ବର୍ଷରୁ ଅଧିକ ସମୟ ଧରି ଆଇନଜୀବୀ ଭାବେ କାର୍ଯ୍ୟ କରିଛନ୍ତି ।

ବରିଷ୍ଠ ଆଡଭୋକେଟ ମୁକୁଲ ରୋହତଗୀ ଭାରତର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ ହେବାକୁ କେନ୍ଦ୍ରର ଅଫରକୁ ପ୍ରତ୍ୟାଖ୍ୟାନ କରିବାର ତିନି ଦିନ ପରେ ଏହା ଘଟିଛି । କେ.କେ. ଭେନୁଗୋପାଲଙ୍କ ଉତ୍ତରାଧିକାରୀ ହେବା ପାଇଁ କେନ୍ଦ୍ର ସରକାର ଚଳିତ ମାସ ଆରମ୍ଭରେ ରୋହତଗୀଙ୍କୁ ଏଜି ପଦବୀ ଅଫର କରିଥିଲେ, କିନ୍ତୁ ତାହାକୁ ସେ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ବ୍ୟକ୍ତିଗତ କାରଣ ଦର୍ଶାଇ ରୋହତଗୀ ପ୍ରତ୍ୟାଖ୍ୟାନ କରିଥିଲେ ।

ବର୍ତ୍ତମାନର ଏଜି ଭେନୁଗୋପାଲଙ୍କ କାର୍ଯ୍ୟକାଳ ଗତ ଜୁନ ୩୦ରେ ଶେଷ ହେଉଥିଲା । ତେବେ ପରେ ତାଙ୍କ କାର୍ଯ୍ୟକାଳକୁ ୩ ମାସ ପାଇଁ ବଢାଯାଇଥିଲା । ଏଣୁ   ସେପ୍ଟେମ୍ବର ୩୦ ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ । ରୋହତଗୀ ଜୁନ୍ ୨୦୧୪ ରୁ ଜୁନ୍ ୨୦୧୭ ପର୍ଯ୍ୟନ୍ତ ଏଜି ଥିଲେ । ଜଣେ ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟକାଳ ସାଧାରଣତଃ  ତିନି ବର୍ଷ ଥାଏ ।

 

 

 

 

ସମ୍ବନ୍ଧିତ ଖବର