ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ୍ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ଆଜି ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଗତ ଅକ୍ଟୋବର ୧ରେ ପଟେଲ୍ଙ୍କର କରୋନା ପଜିଟିଭ୍ ରିପୋର୍ଟ ଆସିଥିଲା। ସେ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ସଙ୍ଗରୋଧରେ ଥିଲେ। ତେବେ ତାଙ୍କ ଅବସ୍ଥା ଅଧିକ ସଂକଟଜନକ ହୋଇପଡ଼ିବାରୁ ତାଙ୍କୁ ମେଦାନ୍ତ ହସ୍ପିଟାଲ୍କୁ ନିଆଯାଇଛି। ପଟେଲ୍ଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି ବୋଲି ତାଙ୍କ ପୁଅ ଫୈଜଲ୍ ଟ୍ବିଟ୍ କରି ଜଣାଇଛନ୍ତି। ତୁରନ୍ତ ସେ ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ପରିବାର ପକ୍ଷରୁ ପ୍ରାର୍ଥନା କରାଯାଇଛି।
ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ୍ ଗୁରୁତର, ଆଇସିୟୁରେ ଭର୍ତ୍ତି
/sambad/media/post_attachments/wp-content/uploads/2020/11/ahmed-patel-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)