ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାର ନିଜ ବୟାନ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅନେକ ସମୟରେ ବିଜେପି ଉପରେ ଆକ୍ରମଣ କରୁଥିବା ମଣିଶଙ୍କର ଆୟାର ଏବେ ଗାନ୍ଧି ପରିବାରକୁ ନେଇ ବଡ଼ କଥା କହିଛନ୍ତି । ତାଙ୍କ କଥାରୁ ଜଣାପଡୁଛି ଯେ ଏବେ ତାଙ୍କ ଓ ଗାନ୍ଧୀ ପରିବାର ମଧ୍ୟରେ କିଛି ଫାଟ ସୃଷ୍ଟି ହୋଇଛି।

Advertisment

ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ମଣିଶଙ୍କର ଆୟାର ଏକ ବଡ ଖୁଲାସା କରିଛନ୍ତି । ମଣିଶଙ୍କର ଆୟାର ତାଙ୍କ ରାଜନୈତିକ ଯାତ୍ରାକୁ ପରସ୍ପର ବିରୋଧୀ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଗାନ୍ଧି ପରିବାର ତାଙ୍କ କ୍ୟାରିୟର ତିଆରି କରିଥିଲେ, ନଷ୍ଟ ମଧ୍ୟ କରିଥିଲେ ।

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ୧୦ ବର୍ଷ ଧରି ମୋତେ ସୋନିଆ ଗାନ୍ଧିଙ୍କୁ ଏକାକୀ ଭେଟିବାର ସୁଯୋଗ ଦିଆଯାଇନଥିଲା। ଥରେ ବ୍ୟତୀତ ମୋତେ ରାହୁଲ ଗାନ୍ଧିଙ୍କ ସହ କଥାବାର୍ତ୍ତା କିମ୍ବା ସାକ୍ଷାତ କରିବାର ସୁଯୋଗ ମିଳିନଥିଲା । ପ୍ରିୟଙ୍କାଙ୍କ ସହ ଥରେ ବି ନୁହେଁ। ହଁ, ଆମେ ଦୁଇ ଥର ସାକ୍ଷାତ କରିଛୁ । ସେ ମୋତେ ଫୋନ୍ କରି ମୋର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରନ୍ତି, ତେଣୁ ମୁଁ ତାଙ୍କ ସହ ଏପରି ଯୋଗାଯୋଗରେ ରହୁଛି । ମୋ ଜୀବନର ବିରୋଧାଭାସକୁ ଦେଖନ୍ତୁ, ମୋର ରାଜନୈତିକ କ୍ୟାରିୟର ଗାନ୍ଧି ପରିବାର ଦ୍ୱାରା ତିଆରି ହୋଇଥିଲା ଏବଂ ନଷ୍ଟ ହୋଇଥିଲା । ଏବଂ ମୁଁ ଏହାକୁ ସେମିତି ନେଉଛି ... ଏବେ ମୁଁ ଦଳବାହାରେ ରହିବାରେ ଅଭ୍ୟସ୍ତ ହୋଇପଡ଼ିଛି। ତେବେ ମୁଁ ଆଜି ବି ଦଳରେ ଅଛି।