ବରିଷ୍ଠ କଂଗ୍ରେସ ନେତା ସଂଜୟ ଝା କ‌ରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ଦଳ ମୁଖପାତ୍ର ସଂଜୟ ଝା କ‌ରୋନା ଆକ୍ରାନ୍ତ ହୋଇଛନ୍ତି। ଏକ ଟ୍ବିଟ୍‌ କରି ସଂଜୟ ଝା ଆଜି ଏହା ‌ସ୍ପଷ୍ଟ କରିଛନ୍ତି। ଝା’ କହିଛନ୍ତି , ସେ କ‌ରୋନା ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ତାଙ୍କ ନିକଟରେ ସଂକ୍ରମଣର କୌଣସି ଲକ୍ଷଣ ନଥିବାରୁ ସେ ଆସନ୍ତା ୧୦-୧୨ ଦିନ ହୋମ୍‌ କ୍ବାରାଣ୍ଟିନ୍‌ରେ ରହିବେ । କିନ୍ତୁ ସଂକ୍ରମଣ ବ୍ୟପିବାକୁ ଆଦୌ ବେଖାତିର କରିବା ଉଚିତ୍‌ ନୁହେଁ। ସମସ୍ତଙ୍କୁ ଯତ୍ନରେ ରହିବାକୁ ପଡ଼ିବ ବୋଲି ଝା’ କହିଛନ୍ତି। ତେବେ ସଂଜୟ ଝା’ ଅସୁସ୍ଥ ଥିବା ନେଇ ପୋଷ୍ଟ୍ କରିବାପରେ ତାଙ୍କର ତୁରନ୍ତ ଆରୋଗ୍ୟ କାମନା କରାଯାଇଛି। ଉଲ୍ଲେଖଯୋଗ୍ୟ ସଂଜୟ ଝା ହେଉଛନ୍ତି ମୋଦୀ ସରକାରଙ୍କର ଜଣେ ଦୃଢ଼ ସମାଲୋଚକ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.