ରାଷ୍ଟ୍ରପତି ଭବନରେ ମୁତୟନ ଥିବା ବରିଷ୍ଠ ପୁଲିସ ଅଧିକାରୀ କରୋନା ଆକ୍ରାନ୍ତ, ସଙ୍ଗରୋଧରେ ରହିଲେ ଅନେକ କର୍ମଚାରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ମୁତୟନ ହୋଇଥିବା ସହକାରୀ ପୁଲିସ କମିଶନର (ଏସିପି) କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି। ତାଙ୍କର ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିବ ପରେ ତାଙ୍କୁ ଦିଲ୍ଲୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରପତିଙ୍କ ବାସଭବନର ଅନେକ ପୁଲିସ କର୍ମଚାରୀ ଏବଂ ରାଷ୍ଟପତି ଭବନର କର୍ମଚାରୀଙ୍କୁ ଏବେ ସଙ୍ଗରୋଧରେ ରଖାଯାଇଛି। କରୋନା ଆକାନ୍ତ ହୋଇଥିବା ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟାଳୟ ରାଷ୍ଟପତି ଭବନ ଭିତରେ ଥିବାରୁ ପ୍ରାୟ ଏକାଧିକ କର୍ମଚାରୀଙ୍କୁ ସଂକ୍ରମଣ ହୋଇଥିବା ଭୟରେ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି |

Relative of female staff at Rashtrapati Bhavan diagnosed with ...
OpIndia

ସୂଚନା ମୁତାବକ, ଗତ ମାସରେ ରାଷ୍ଟପତି ଭବନ କମ୍ପ୍ଲେକ୍ସରେ ଥିବା ପ୍ରାୟ ୧୧୫ଘରର ବାସିନ୍ଦାଙ୍କୁ ସଙ୍ଗରୋଧରେ ରଖାଯାଇଥିଲା | ରାଷ୍ଟପତି ଭବନ ଜଣେ କର୍ମଚାରୀଙ୍କ ସମ୍ପର୍କୀୟ କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିବା ପରେ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଥିଲା । ରାଷ୍ଟ୍ରପତିଙ୍କ ସଚିବାଳୟର କୌଣସି କର୍ମଚାରୀଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସି ନଥିବା ନେଇ ରାଷ୍ଟପତି ଭବନ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ କୁହାଯାଇଛି।

ସମ୍ବନ୍ଧିତ ଖବର