କରୋନା ଆକ୍ରାନ୍ତ ହେଲେ ଆଇସିଏମ୍‌ଆର୍‌ର ବରିଷ୍ଠ ଗବେଷକ

ମୁମ୍ବାଇ: ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ(ଆଇସିଏମ୍‌ଆର୍‌)ର ଜଣେ ବରିଷ୍ଠ ଗବେଷକ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ‌ହୋଇଛନ୍ତି। ଆଇସିଏମ୍‌ଆର୍‌ର ଏହି ବରିଷ୍ଠ ଗବେଷକ ଜଣକ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ପୂରା ବିଲ୍ଡିଂକୁ ବିଶୋଧନ କରାଯବ ଓ ୨ ଦିନ ପର୍ଯ୍ୟନ୍ତ ବିଲ୍ଡିଂ ବନ୍ଦ ରହିବ ବୋଲି ଜାଣିବାକୁ ମିଳିଛି।

ମୁମ୍ବାଇର ଏହି ଗବେଷକ ଜଣକ କିଛି ଦିନ ତଳେ ଦିଲ୍ଲୀ ଯାଇଥିଲେ। ସେଠାରୁ ସେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ରବିବାର ସକାଳେ ସେ କରୋନା ଆକ୍ରାନ୍ତ ବୋଲି ରିପୋର୍ଟରୁ ଜାଣିବାକୁ ମିଳିଛି।


The Indian Express

ସେ ଆଇସିଏମ୍‌ଆର୍‌ର ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ରିସର୍ଚ ଆଣ୍ଡ୍‌ ରିପ୍ରଡକ୍ଟିଭ୍‌ ହେଲ୍‌ଥର ଗବେଷକ। ଗତ ସପ୍ତାହରେ ଆଇସିଏମ୍‌ଆର୍‌ର ନିର୍ଦ୍ଦେଶକ ଜେନେରାଲ୍‌ ଡକ୍ଟର ବଳରାମ ଭାର୍ଗବଙ୍କ ସହ ଅନ୍ୟ କିଛି ବରିଷ୍ଠ ଗବେଷକଙ୍କୁ ନେଇ ଗଠିତ ହୋଇଥିବା ବୈଠକରେ ଏହି ଗବେଷକ ଜଣକ ମଧ୍ୟ ସାମିଲ୍‌ ଥିଲେ।

ଗବେଷକ ଜଣକ କୋଭିଡ୍‌ ପଜିଟିଭ୍‌ ଜଣାପଡ଼ିବା ପରେ ସମସ୍ତ କର୍ମଚାରୀମାନଙ୍କୁ ଘରେ ରହି କାମ କରିବାକୁ କୁହାଯାଇଛି। ଦୁଇ ଦିନ ଧରି କାର୍ଯ୍ୟାଳୟ ବନ୍ଦ ରହିବା ପରେ ତାହାକୁ ବିଶୋଧନ କରାଗଲେ ଯାଇ ପୁଣି ଥରେ କାର୍ଯ୍ୟାଳୟ ଖୋଲିବ ବୋଲି ସୂଚନା ରହିଛି। କେବଳ କୋଭିଡ୍‌-୧୯ ଟିମ୍‌ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଘରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 

ସମ୍ବନ୍ଧିତ ଖବର