ବରିଷ୍ଠ ଆଇନଜୀବୀ ମାନ୍ୟତା ପ୍ରସଂଗ: ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ/କଟକ : ବରିଷ୍ଠ ଆଇନଜୀବୀ ମାନ୍ୟତା ପ୍ରସଂଗ ସଂପର୍କିତ ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ୨୦୨୧, ମେ ୧୦ର ରାୟ ବିରୋଧରେ ଦାୟର ଏସଏଲପିକୁ ସୁପ୍ରିମକୋର୍ଟ ବିଚାର ପାଇଁ ଗ୍ରହଣ କରି ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥିସହିତ ହାଇକୋର୍ଟଙ୍କ ଏ ସଂପର୍କିତ ରାୟର ଅନୁଚ୍ଛେଦ ୨୪ ଉପରେ ସୁପ୍ରିମକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଜଷ୍ଟିସ୍ ଏସ.କେ.କଉଲ ଓ ଜଷ୍ଟିସ ହୃଷିକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟରେ ଦାୟର ମାମଲାରେ ହାଇକୋର୍ଟରେ ଆବେଦନକାରୀ ଥିବା ଅାଇନଜୀବୀ ବଂଶୀଧର ବାଗଙ୍କ ସହିତ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ବରିଷ୍ଠ ଆଇନଜୀବୀ ମାନ୍ୟତା ବିବାଦ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ମେ ୧୦ରେ ପ୍ରକାଶ କରିଥିବା ରାୟରେ ହାଇକୋର୍ଟ ଅଫ୍ ଓଡ଼ିଶା (ଡେଜିଗନେସନ୍ ଅଫ୍ ସିନିୟର ଆଡଭୋକେଟ) ରୁଲ୍ସ, ୨୦୧୯ର ରୁଲ୍ ୬ର ସବ୍‌ରୁଲ୍ ୯କୁ ହାଇକୋର୍ଟ ଅସିଦ୍ଧ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର