ନୂଆଦିଲ୍ଲୀ: କିଛି ଦିନ ତଳେ ସୋସିଆଲ ମିଡିଆରେ ଜୋମୋଟୋର ଡେଲିଭରି ବଏଙ୍କ କାର୍ନାମା ସାମ୍ନାକୁ ଆସିଥିଲା । ଡେଲିଭରି କରିବାକୁ ଥିବା ଖାଦ୍ୟକୁ ଅଇଁଠା କରି ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବା ପରେ ଉକ୍ତ ଡେଲିଭରି ବଏକୁ କମ୍ପାନି ପକ୍ଷରୁ ଚାକିରିରୁ ବାହାର କରାଯାଇଥିଲା । ଏବେ ଜୋମାଟୋ ପରେ ପୋଟାଟୋ ଟ୍ୟାଗ୍ ଲାଇନ୍ ସହ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖା ଯାଇଛି ।
/sambad/media/post_attachments/wp-content/uploads/2018/12/de-1-300x122.jpg)
ଭିଡିଓରେ ଗୃହ ସହାୟିକା ଭାବରେ କାମ କରୁଥିବା ଜଣେ ମହିଳା ଆଳୁ ଏବଂ ଅନ୍ୟ ପରିବା ଚୋରାଉ ଥିବାର ଦେଖିବାକୁ ମିଳିଛି । ଭିଡିଓଟି କେଉଁ ସ୍ଥାନର ତାହା ଜଣା ପଡ଼ି ପାରି ନାହିଁ । କିନ୍ତୁ ଘରକୁ କାମ କରିବା ପାଇଁ ଆସି କାମ କରିବା ପରିବର୍ତ୍ତେ ଗୃହ ସହାୟିକା ଜଣଙ୍କ କିଭଳି ଭାବରେ ଜିନିଷ ଚୋରି କରୁଛନ୍ତି ତାହା ଦେଖାଯାଇଛି । ତେବେ ଭିଡିଓଟି କିଏ ଏବଂ କେମିତି ରେକର୍ଡ଼ କରିଛି, ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ । କିନ୍ତୁ ଭିଡିଓ ଭାଇରାଲ ହେବା ପରେ ଲୋକେ ଜୋମାଟୋ ଘଟଣା ସହ ଏହି ଘଟଣାକୁ ତୁଳନା କରିବା ଆରମ୍ଭ କରିଛନ୍ତି ।