ମୁମ୍ବାଇ : ଟ୍ରମ୍ପଙ୍କ ନୂତନ ଟାରିଫ୍ ନୀତି ପରେ ଗୁରୁବାର ଆମେରିକୀୟ ବଜାରରେ ହୋଇଥିବା ପ୍ରବଳ ହ୍ରାସର ସିଧାସଳଖ ପ୍ରଭାବ ଆଜି ଭାରତୀୟ ଷ୍ଟକ ବଜାର ସମେତ ସମଗ୍ର ଅନ୍ତର୍ଜାତୀୟ ଷ୍ଟକ ବଜାର ଉପରେ ପଡ଼ିଛି।
ଆଜି ସପ୍ତାହର ଶେଷ ବ୍ୟବସାୟ ଦିବସରେ ବାଣିଜ୍ୟ ଆରମ୍ଭରୁ ଭାରତୀୟ ଷ୍ଟକ୍ ବଜାରରେ ପ୍ରବଳ ବିକ୍ରୟ ଦେଖିବାକୁ ମିଳିଥିଲା। ସେନସେକ୍ସ ପ୍ରାୟ ୯୩୦.୬୭ ପଏଣ୍ଟ ହ୍ରାସ ପାଇ ୭୫,୩୬୪ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ସୁଚକାଙ୍କ ନିଫଟି ୩୪୫ ପଏଣ୍ଟ ହ୍ରାସ ପାଇ ୨୨,୯୦୪ ପଏଣ୍ଟରେ ବନ୍ଦ ହୋଇଛି । ଷ୍ଟକ ବଜାରରେ ଏହି ହ୍ରାସ ଫଳରେ ଆଜି ନିବେଶକମାନେ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି ।
ଟ୍ରମ୍ପଙ୍କ ପାରସ୍ପରିକ ଶୁଳ୍କ ଆମେରିକା ସମେତ ସାରା ବିଶ୍ୱରେ ମାନ୍ଦାବସ୍ଥାର ଭୟକୁ ବୃଦ୍ଧି କରିଛି। ଶୁଳ୍କ ଯୋଗୁଁ, ବିଶ୍ୱର ସର୍ବବୃହତ ଅର୍ଥନୀତି ଆମେରିକାରେ ମୁଦ୍ରାସ୍ଫୀତିରେ ତୀବ୍ର ବୃଦ୍ଧି ଏବଂ ଚାହିଦା ହ୍ରାସ ପାଇବାର ଆଶଙ୍କା ରହିଛି। ଏହି କାରଣରୁ, ନିବେଶକମାନେ ଭୟଭୀତ ହୋଇ ସେୟାର ବଜାରରୁ ଟଙ୍କା ଉଠାଇ ନେଉଛନ୍ତି।
ଶୁକ୍ରବାର ସମସ୍ତ କ୍ଷେତ୍ର ଯଥା ଆଇଟି, ଧାତୁ, ଔଷଧ, ତୈଳ ଏବଂ ଗ୍ୟାସ ଏବଂ ଅଟୋ ଲାଲ ରଙ୍ଗରେ ବନ୍ଦ ହୋଇଛି। ଟ୍ରମ୍ପଙ୍କ ପାରସ୍ପରିକ ଶୁଳ୍କ ଆମେରିକା ସମେତ ସାରା ବିଶ୍ୱରେ ମାନ୍ଦାବସ୍ଥାର ଭୟକୁ ବୃଦ୍ଧି କରିଛି। ଶୁଳ୍କ ଯୋଗୁଁ, ବିଶ୍ୱର ସର୍ବବୃହତ ଅର୍ଥନୀତି ଆମେରିକାରେ ମୁଦ୍ରାସ୍ଫୀତିରେ ତୀବ୍ର ବୃଦ୍ଧି ଏବଂ ଚାହିଦା ହ୍ରାସ ପାଇବାର ଆଶଙ୍କା ରହିଛି। ଏହି କାରଣରୁ, ନିବେଶକମାନେ ଭୟଭୀତ ହୋଇ ସେୟାର ବଜାରରୁ ଟଙ୍କା ଉଠାଇ ନେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/04/04/HzMGXWYMWieXWb77ZhyZ.jpeg)