ମମ୍ବାଇ: ଭାରତୀୟ ସେୟାର୍ ବଜାର ପାଇଁ ଆଜିର ସୋମବାର କଳା ସୋମବାର ସାବ୍ୟସ୍ତ ହୋଇଛି। କାରଣ ବିଏସ୍ଇ ଏବଂ ଏସ୍ଇ ସେନ୍ସେକ୍ସ ୨୫୬୪.୭୪ ପଏଣ୍ଟରୁ ଅଧିକ ହ୍ରାସ ପାଇ ୭୨,୭୯୯.୯୫ରେ ପହଞ୍ଚିଥିବା ବେଳେ ଏନ୍ଏସ୍ଇ ନିଫ୍ଟି ୫୦ ସକାଳ ୯.୨୪ ସୁଦ୍ଧା ୮୩୧.୯୫ ପଏଣ୍ଟକୁ ଖସି ୨୨,୦୭୨.୫୦ରେ ପହଞ୍ଚିଛି।
ଆଜିର ଷ୍ଟକ୍ ମାର୍କେଟ୍ କ୍ରାସ୍ ସହିତ ସେନ୍ସେକ୍ସ ଏବଂ ନିଫ୍ଟି ପ୍ରାୟ ୧୦ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି ଏବଂ ବିଶ୍ବ ବଜାରରେ ବ୍ୟାପକ ଅସ୍ଥିରତା ହେତୁ ଏହା ଆହୁରି ହ୍ରାସ ପାଇପାରେ ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି।
ଆଜିର ବଜାର ତଳକୁ ଖସିବା ଏତେ ଭୟଙ୍କର ଥିଲା ଯେ ବିଏସ୍ଇ ତାଲିକାଭୁକ୍ତ ସଂସ୍ଥାଗୁଡ଼ିକ ବଜାରରୁ ପ୍ରାୟ ୧୯ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି।
ସେନ୍ସେକ୍ସେରେ ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନେ କୋଟି କୋଟି ଟଙ୍କା ହରାଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବର ବିଭିନ୍ନ ଦେଶ ଉପରେ ପାଲଟା ଟିକସ ଲଗାଇବା ପରେ ସମଗ୍ର ବିଶ୍ବର ଷ୍ଟକ୍ ବଜାର ଅସ୍ଥିର ହୋଇପଡ଼ିଛି। ସବୁଠୁ ଅଧିକ ଅସ୍ଥିର ହୋଇଛି ଆମେରିକାର ଷ୍ଟକ୍ ବଜାର।
ଆମେରିକା ଉପରେ ଚୀନ୍ ପାଲଟା ଟିକସ ଲଗାଇବା ପରେ ଆଗକୁ ବାଣିଜ୍ୟ ଲଢ଼େଇ ତୀବ୍ର ହେବ ବୋଲି ନିବେଶକମାନେ ଆଶଙ୍କା କରୁଛନ୍ତି। ଯାହର ପ୍ରଭାବ ଭାରତ ଉପରେ ପଡୁଥିବାର ବି ଦେଖିବାକୁ ମିଳୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/04/07/wJbZglNP0UOtJ3McoRbU.jpg)