ମୁମ୍ବାଇ : ଭାରତ ବିରୋଧରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଯୁଦ୍ଧ ଯୋଗୁଁ ଭାରତୀୟ ଶିଳ୍ପ ଜଗତରେ ଆତଙ୍କ ଖେଳିଯାଇଛି । ଏହାର ପ୍ରଭାବ ଷ୍ଟକ ବଜାର ଉପରେ ମଧ୍ୟ ପଡ଼ିଛି । ଗତକାଲି ଆମେରିକା ସରକାର ବିଦେଶୀ ଔଷଧ ଉପରେ ୧୦୦% ଟାରିଫ ଲଗାଇବା ପରେ ଆଜି ତାହାର ପ୍ରଭାବରେ ଭାରତୀୟ ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି । କ୍ରମାଗତଭାବେ ଗତ ୬ ଦିନ ଧରି ସେନସେକ୍ସ ଓ ନିଫଟିରେ ହ୍ରାସ ପରିଲକ୍ଷିତ ହୋଇଚାଲିଛି । ଶୁକ୍ରବାର ବନ୍ଦ ହେବା ସମୟରେ, ସେନସେକ୍ସ ୭୩୩.୨୨ ପଏଣ୍ଟ କିମ୍ବା ୦.୯୦ ପ୍ରତିଶତ ହ୍ରାସ ପାଇ ୮୦,୪୨୬.୪୬ ରେ ଏବଂ ନିଫ୍ଟି ୨୩୬.୧୫ ପଏଣ୍ଟ କିମ୍ବା ୦.୯୫ ପ୍ରତିଶତ ହ୍ରାସ ପାଇ ୨୪,୬୫୪.୭୦ ରେ ରହିଥିଲା। କ୍ରମାଗତ ହ୍ରାସ ଫଳରେ ଗତ ଏକ ସପ୍ତାହ ମଧ୍ୟରେ ନିବେଶକମାନେ ୧୬.୨୮ ଲକ୍ଷ କୋଟି ଟଙ୍କା ହରାଇଛନ୍ତି ।
ଗତ ସପ୍ତାହରେ ଟ୍ରମ୍ପ ପ୍ରଶାସନ ଏଚ-୧ବି ଭିସା ଉପରେ ଅତିରିକ୍ତ ଫି ବସାଇଥିଲା । ଏହାର ପ୍ରଭାବରେ ଆଇଟି ସେୟାର ଗୁଡ଼ିକରେ ହ୍ରାସ ପରିଲକ୍ଷିତ ହୋଇଥିଲା। ସେହିପରି ଗତକାଲି ଟ୍ରମ୍ପ ପ୍ରଶାସନ ପ୍ୟାଟେଣ୍ଟ ହୋଇଥିବା ଓ ବ୍ରାଣ୍ଡେଡ୍ ଔଷଧ ଉପରେ ୧୦୦% ଟାରିଫ ବସାଇଥିଲା । ଏହାର ପ୍ରଭାବରେ ଭାରତୀୟ ଫାର୍ମା କମ୍ପାନିମାନଙ୍କ ସେୟାରରେ ବଡ଼ଧରଣର ହ୍ରାସ ଦେଖାଦେଇଛି ।

ତେବେ ବିଶେଷଜ୍ଞଙ୍କ ମତରେ ଏହି ଟାରିଫର ପ୍ରଭାବ ଜେନେରିକ୍ ମେଡିସିନ ଉପରେ ପଡ଼ୁନଥିବାରୁ ଭାରତୀୟ ଫାର୍ମା ଶିଳ୍ପ ଆଶ୍ବସ୍ତ ହୋଇଛନ୍ତି । କାରଣ ଜେନେରିକ ମେଡିସିନ କ୍ଷେତ୍ରରେ ଭାରତ ହେଉଛି ଆମେରିକାର ଏକ ପ୍ରମୁଖ ରପ୍ତାନିକାରୀ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/26/sensex-2025-09-26-16-32-33.jpg)