ମୁମ୍ବାଇ: ହ୍ରାସ ସହ ବର୍ଷ ୨୦୨୪ ଶେଷ କରିଛି ବିଏସଇ ସେନସେକ୍ସ । ତେବେ ଏନଏସଇ ନିଫଟି ସାମାନ୍ୟ ବୃଦ୍ଧି ସହ ବନ୍ଦ ହୋଇଛି । ସେନସେକ୍ସ ୧୦୯ ପଏଣ୍ଟ ହ୍ରାସ ପାଇ ୭୮୧୩୯.୦୧ ପଏଣ୍ଟରେ ବନ୍ଦ ହୋଇଥିବାବେଳେ ନିଫଟି ୧୩ ପଏଣ୍ଟ ବୃଦ୍ଧି ସହ ୨୩,୬୫୮.୧୫ ପଏଣ୍ଟରେ ବନ୍ଦ ହୋଇଛି ।
୨୦୨୪ ପରି ୨୦୨୫ରେ ବି ଭାରତୀୟ ଷ୍ଟକ ବଜାରରେ ଅସ୍ଥିରତା ଦେଖିବାକୁ ମିଳିପାରେ । ବିଶ୍ବର ବିଭିନ୍ନ ଅଂଚଳରେ ଯୁଦ୍ଧ ଲାଗି ରହିବା ଓ ଅର୍ଥନୀତିରେ ଅସ୍ଥିରତା ଏହାର କାରଣ ରହିବ । ଏହା ସତ୍ତ୍ବେ ସେନସେକ୍ସ ୯୪୩୦୦ ପଏଣ୍ଟ ଓ ନିଫଟି ୨୮୩୦୦ ପଏଣ୍ଟ ଛୁଇଁବାର ସମ୍ଭାବନା ରହିଛି ।
୨୦୨୪ ବର୍ଷ ଭାରତୀୟ ଷ୍ଟକ ବଜାର ନିବେଶକଙ୍କ ପାଇଁ ଅତ୍ୟନ୍ତ ଅସ୍ଥିର ରହିଥିଲା। ନିଫ୍ଟି ୨୬୩୦୦ ର ନୂତନ ଉଚ୍ଚସ୍ତରରେ ପହଞ୍ଚିଥିଲା କିନ୍ତୁ ହ୍ରାସ ପାଇବା ସହ ନିଫଟି ଏହାର ଲାଭ ହରାଇଛି । ତେବେ ନିଫ୍ଟି ଚଳିତ ବର୍ଷ ନିବେଶକମାନଙ୍କୁ ପ୍ରାୟ ୧୦ ପ୍ରତିଶତ ରିଟର୍ଣ୍ଣ ଦେଇଛି । ମିଡ୍ ଏବଂ ସ୍ମଲକ୍ୟାପ୍ ଷ୍ଟକ୍ ଗୁଡ଼ିକ ଦୃଢ଼ ପ୍ରଦର୍ଶନ ପ୍ରଦର୍ଶନ କରିଛନ୍ତି ଏବଂ ୨୦୨୪ରେ ୨୫ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଇଛନ୍ତି। ୨୦୨୪ରେ ନିଫଟି ୯ ପ୍ରତିଶତ ଓ ସେନସେକ୍ସ ୮ ପ୍ରତିଶତ ବୃଦ୍ଧି ପାଇଛନ୍ତି । କ୍ରମାଗତ ୯ ବର୍ଷ ପାଇଁ ସେନସେକ୍ସ ଓ ନିଫିଟ ନିଜର ବାର୍ଷିକ ଅଭିବୃଦ୍ଧି ବଜାୟ ରଖିଛନ୍ତି ।
ତେବେ ୨୦୨୪ ପରି ୨୦୨୫ରେ ବି ଭାରତୀୟ ଷ୍ଟକ ବଜାରରେ ଅସ୍ଥିରତା ଦେଖିବାକୁ ମିଳିପାରେ । ବିଶ୍ବର ବିଭିନ୍ନ ଅଂଚଳରେ ଯୁଦ୍ଧ ଲାଗି ରହିବା ଓ ଅର୍ଥନୀତିରେ ଅସ୍ଥିରତା ଏହାର କାରଣ ରହିବ । ଏହା ସତ୍ତ୍ବେ ସେନସେକ୍ସ ୯୪୩୦୦ ପଏଣ୍ଟ ଓ ନିଫଟି ୨୮୩୦୦ ପଏଣ୍ଟ ଛୁଇଁବାର ସମ୍ଭାବନା ରହିଛି ।