ମୁମ୍ବାଇ : ବମ୍ବେ ଷ୍ଟକ ବଜାରର ସେନ୍ସେକ୍ସ ଆଜି ୭୧୪ ପଏଣ୍ଟ ହ୍ରାସ ପାଇଛି। ନିବେଶକମାନେ ବିଭିନ୍ନ କଂପାନିର ସେୟାର ବିକ୍ରି କରିଦେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବିଶ୍ବର ଅନେକ ଦେଶରେ ଷ୍ଟକ ବଜାର କାରବାର ମାନ୍ଦା ରହିବାର ପ୍ରଭାବ ଭାରତ ଉପରେ ପଡ଼ିଥିଲା। ଭାରତରେ ନିବେଶକମାନେ ନିଜ ପାଖରେ ଥିବା ସେୟାରଗୁଡ଼ିକ ବିକ୍ରି କରିଦେବାରୁ ସେନ୍ସେକ୍ସ ୭୧୪ ପଏଣ୍ଟ ହ୍ରାସ ପାଇ ୩୪,୯୫୯ ପଏଣ୍ଟ୍ରେ ବନ୍ଦ ହୋଇଛି। ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଏକ୍ଜିଟ୍ ପୋଲ୍ ଫଳାଫଳରେ କଂଗ୍ରେସ ବିଜେପିକୁ କଡ଼ା ଟକ୍କର ଦେବ ବୋଲି ଅନୁମାନ ଲଗାଯାଇଥିବାରୁ ନିବେଶକମାନେ ଭୟଭୀତ ହୋଇପଡ଼ିଛନ୍ତି। ସେହି ଭୟରେ ସେମାନେ ଷ୍ଟକଗୁଡ଼ିକୁ ବିକ୍ରି କରିଦେଇଛନ୍ତି। ଜାତୀୟ ଷ୍ଟକ ବଜାରର ନିଫ୍ଟି ମଧ୍ୟ ୨୦୫ ପଏଣ୍ଟ୍ ହ୍ରାସ ପାଇ ୧୦,୪୮୮ ପଏଣ୍ଟ୍ରେ ବନ୍ଦ ହୋଇଛି। ଆଜି ଡଲାର ତୁଳନାରେ ଟଙ୍କା ମଧ୍ୟ ଦୁର୍ବଳ ହୋଇ ୭୧ ଟଙ୍କା ୪୪ ପଇସା ସ୍ତରକୁ ଖସିଯାଇଛି।
ସେନ୍ସେକ୍ସ ୭୧୪ ପଏଣ୍ଟ୍ ଖସିଲା
/sambad/media/post_attachments/wp-content/uploads/2018/12/sensex-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)