ମୁମ୍ବାଇ: ଗତ କିଛି ଦିନ ହେବ ଭାରତୀୟ ସେୟାର ବଜାର ଅସ୍ଥିର ରହିଛି। ବଜାରରେ ଉତ୍ଥାନ, ପତନ ଲାଗିରହିଛି। ତେବେ କିଛି ଦିନ ହେବ ବଜାର ତଳମୁହାଁ ରହିବା ପରେ ଏବେ ନିବେଶକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି।
ମଙ୍ଗଳବାର ଦିନ ବେଞ୍ଚମାର୍କ ଷ୍ଟକ୍ ବଜାର ସୂଚକାଙ୍କ ବୃଦ୍ଧି ପାଇଛି। ଦୀର୍ଘ ସପ୍ତାହାନ୍ତ ପରେ କାରବାର ପୁଣି ଆରମ୍ଭ ହୋଇଛି। ଯାହା ଅଟୋ କ୍ଷେତ୍ରର ଷ୍ଟକରେ ବୃଦ୍ଧି ଯୋଗୁ ହୋଇଛି ବୋଲି ସୂଚନା ରହିଛି।
ମଙ୍ଗଳବାର ସକାଳ ୯.୨୨ ସୁଦ୍ଧା ଏସ୍ଆଣ୍ଡ୍ପି ବିଏସ୍ଇ ସେନସେକ୍ସ ୧,୫୮୦.୦୧ ପଏଣ୍ଟ ବୃଦ୍ଧି ପାଇ ୭୬,୭୩୭.୨୭ ରେ ପହଞ୍ଚିଛି। ଯେତେବେଳେ ଏନ୍ଏସ୍ଇ ନିଫଟି ୫୦ ୪୬୭.୩୦ ପଏଣ୍ଟ ବୃଦ୍ଧି ପାଇ ୨୩,୨୯୫.୮୫ରେ ପହଞ୍ଚିଛି।
ଜିଓଜିତ ଇନଭେଷ୍ଟମେଣ୍ଟସ ଲିମିଟେଡର ମୁଖ୍ୟ ନିବେଶ ରଣନୀତିଜ୍ଞ ଡକ୍ଟର ଭିକେ ବିଜୟକୁମାର କହିଛନ୍ତି ଯେ ଶୁଳ୍କ ବିରତି ଉପରେ ଏସ୍ଆଣ୍ଡ୍ପି ୫୦୦ ଏପ୍ରିଲରେ ସର୍ବନିମ୍ନ ସ୍ତରଠାରୁ ୯ ପ୍ରତିଶ ବୃଦ୍ଧି ପାଇଛି। ସେହିପରି ନିଫ୍ଟି ଏପ୍ରିଲରେ ସର୍ବନିମ୍ନ ସ୍ତରରୁ ମାତ୍ର ୩ ପ୍ରତିଶତ ଉପରକୁ ଉଠିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/04/15/A92ZMmpOUG8UKBECir2S.jpg)