ଚଣ୍ଡୀଗଡ଼: ହରିୟାନାର ପଲବଲରେ ଏକ ୫ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ କୋର୍ଟ ଦୋଷୀକୁ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି | ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତ ଜଣକ ଝିଅଟିକୁ ପ୍ରଥମେ ଦୁଷ୍କର୍ମ କରିଥିଲା | ଏହା ପରେ ପ୍ରମାଣ ଲୁଚାଇବାକୁ ଯାଇ ତା ଶରୀରକୁ ଖଣ୍ଡ ଖଣ୍ଡ କରି କାଟିପକାଇଥିଲା | ଏହା ପରେ ଖଣ୍ଡବିଖଣ୍ଡିତ ଶରୀରକୁ ଅଟା ଡବାରେ ଲୁଚାଇ ରଖିଥିଲା | ଏହି ଘଟଣାରେ ଦୋଷୀ ବୀରେନ୍ଦ୍ରଙ୍କ ମା ବି ପୁଅକୁ ସାହାଯ୍ୟ କରିଥିଲେ | ପୁଅକୁ ହତ୍ୟାକାଣ୍ଡରେ ସାହାଯ୍ୟ କରିଥିବାରୁ ମା କୁ ବି କୋର୍ଟ ୭ ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି |
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ସୂଚନା ଥାଉ କି ୨୦୧୮ ମସିହା ମେ ୩୧ରେ ପଲବଲର ଗଦାପୁରୀ ଗାଁରେ ୨୭ ବର୍ଷର ଚାକର ତା ମାଲିକଙ୍କ ୫ ବର୍ଷର ଝିଅକୁ ଅପହରଣ କରି ଦୁଷ୍କର୍ମ କରିଥିଲା | ଏହା ପରେ ପ୍ରମାଣ ଲୁଚାଇବାକୁ ଯାଇ ଝିଅଟିର ଶରୀରକୁ ଖଣ୍ଡବିଖଣ୍ଡ କରି କାଟି ପକାଇଥିଲା | ବୀରେନ୍ଦ୍ରର କ୍ରୁରତା ଏତିକିରେ ସରିନଥିଲା | ସେ ଝିଅଟିର ଖଣ୍ଡବିଖଣ୍ଡିତ ଶରୀରକୁ ନିଜ ଘରେ ଅଟା ଡବାରେ ପୁରାଇ ରଖିଥିଲା |
ପୁଲିସ ଛାନଭିନ କରିବା ପରେ ଖଣ୍ଡବିଖଣ୍ଡ ଅଙ୍ଗପ୍ରତ୍ୟଙ୍ଗକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା | ପୁଲିସ ତା ନାଁରେ ଅପହରଣ, ଦୁଷ୍କର୍ମ ଓ ପୋକସୋ ଆକ୍ଟରେ ହତ୍ୟା ମାମଲା ରୁଜୁ କରିଥିଲା | ଶେଷରେ କୋର୍ଟ ଦୋଷୀ ବୀରେନ୍ଦ୍ରକୁ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି |