କତର: କତରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କୁ ଭାରତର ରାଷ୍ଟ୍ରଦୂତ ଭେଟିଛନ୍ତି ଏବଂ ସେମାନଙ୍କ ବିଚାରଣା ମାମଲା ସଂପର୍କିତ ତଥ୍ୟ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁବାଇରେ ଜାତିସଂଘ ଜଳବାୟୁ ସମ୍ମିଳନୀରେ ଯୋଗଦେବା ଅବସରରେ କତରର ଅମୀର ଶେଖ୍ ତମିମ୍ ବିନ୍ ହମାଦ ଅଲ୍-ଥାନିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଭାରତୀୟ କଏଦୀଙ୍କୁ କୂଟନୀତିଜ୍ଞମାନେ ଭେଟିବା ପାଇଁ ଅନୁମତି ପ୍ରଦାନ କରିବା ପାଇଁ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ ସ୍ବୀକାର କରି କତର ଶାସକ ୮ ଭାରତୀୟ ବନ୍ଦୀଙ୍କୁ ଭେଟିବା ପାଇଁ କୂଟନୀତିଜ୍ଞଙ୍କୁ ଅନୁମତି ଦେଇଛନ୍ତି। ଫାଶୀ ଦଣ୍ଡାଦେଶର ପୁନର୍ବିଚାର କରିବା ପାଇଁ ଭାରତର ଅନୁରୋଧକୁ ପୂର୍ବରୁ କତର ଅଦାଲତ ଗ୍ରହଣ କରିଥିବା ବେଳେ ଏବେ ସିଧାସଳଖ ଦୂତାବାସ ସହାୟତା ଉପଲବ୍ଧ ହେବା ଆଶ୍ବସ୍ତି ଆଣିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp