ନୂଆଦିଲ୍ଲୀ: ତାଙ୍କ ନାମରେ ଆଗତ ମାମଲାର ଉପଯୁକ୍ତ ବିଚାର ହେଉନାହିଁ ବୋଲି ଅଭିଯୋଗ କରି ଶୁକ୍ରବାର ସକାଳୁ ଦିଲ୍ଲୀସ୍ଥିତ ତିହାର ଜେଲ୍ର ନମ୍ବର ୭ରେ ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲିକ୍ ଅନଶନ ଆରମ୍ଭ କରିଛନ୍ତି।
ଅନଶନ ପ୍ରତ୍ୟାହାର କରିବା ଲାଗି ଜେଲ୍ର ଉପରିସ୍ଥ ଅଧିକାରୀମାନେ କହିଥିଲେ ବି ମଲିକ୍ ସେମାନଙ୍କ କଥାକୁ ଅଗ୍ରାହ୍ୟ କରିଦେଇଛନ୍ତି। ତିହାର ଜେଲ୍ରେ ଥିବା ଆଉ ୧୩,୦୦୦ କଏଦୀଙ୍କଠାରୁ ମଲିକ୍ଙ୍କୁ ପୃଥକ୍ କରି ଜେଲ୍ ନମ୍ବର ୭ରେ ରଖାଯାଇଛି। ଏହି ୭ ନମ୍ବର୍ ଜେଲ୍ରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ. ରାଜା, ‘ସାହାରା’ ମୁଖ୍ୟ ସୁବ୍ରତ ରାୟ, କ୍ରିଷ୍ଟିଆନା ମାଇକେଲ୍ଙ୍କ ଭଳି ବିଶିଷ୍ଟ କଏଦୀମାନଙ୍କୁ ରଖାଯାଇଥିଲା।
ଆତଙ୍କବାଦୀ ଏବଂ ଜମ୍ମୁ ଓ କଶ୍ମୀରର ବିଚ୍ଛିନ୍ନତାବାଦୀ ସଙ୍ଗଠନଗୁଡ଼ିକୁ ପାଣ୍ଠି ଯୋଗାଣ ମାମଲାରେ ‘ଜମ୍ମୁ ଆଣ୍ଡ୍ କଶ୍ମୀର ଲିବରେସନ୍ ଫ୍ରଣ୍ଟ୍’ର ମୁଖ୍ୟ ୟାସିନ୍ ମଲିକଙ୍କୁ ୨୦୧୯ ଏପ୍ରିଲ୍ରେ ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି’ (ଏନ୍ଆଇଏ) ଗିରଫ କରିଥିଲା।
Image Courtesy of India TVତାହାର ବର୍ଷେ ପରେ ଅର୍ଥାତ ୨୦୨୦ ମାର୍ଚରେ ମଲିକ ଏବଂ ତାଙ୍କର ୬ଜଣ ସହଯୋଗୀଙ୍କୁ ‘ଟେରରିଷ୍ଟ୍ ଆଣ୍ଡ୍ ଡିସ୍ରପ୍ଟିଭ୍ ଆକ୍ଟିଭିଟିଜ୍ (ପ୍ରିଭେନ୍ସନ୍) ଆକ୍ଟ୍’ (ଟାଡା), ‘ଆର୍ମସ୍ ଆକ୍ଟ୍ ୧୯୫୯’ ଏବଂ ‘ରଣବୀର ପେନାଲ୍ କୋଡ୍’ ଅନୁଯାୟୀ ଗରିଫ କରାଯାଇଥିଲା। ୧୯୯୦ ଜାନୁଆରି ୨୫ ତାରିଖ ଦିନ ସେମାନେ ଶ୍ରୀନଗର ଅନ୍ତର୍ଗତ ରାୱାଲପୋରାରେ ୪୦ଜଣ ଭାରତୀୟ ବାୟୁସେନା କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ।
‘ଅନ୍ଲଫୁଲ୍ ଆକ୍ଟିଭିଟିଜ୍ (ପ୍ରିଭେନ୍ସନ୍) ଆକ୍ଟ୍’ ଧାରା ଅନୁସାରେ ମେ ୨୫ ତାରିଖ ଦିନ ଦିଲ୍ଲୀର ଏକ ଅଦାଲତ ୟାସିନ୍ଙ୍କୁ ଯାବଜ୍ଜୀବନ କାରାଦଣ୍ଡାଦେଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/YM.jpg)