ସେପ୍ଟେମ୍ବର ୩୦ରେ ଶେଷ ହେଉଛି ପ୍ୟାନକାର୍ଡ ସହ ଆଧାର ଲିଙ୍କ କରିବାର ସମୟସୀମା

ନୂଆଦିଲ୍ଲୀ : ଆସନ୍ତା ୩୦ ତାରିଖ ହେଉଛି ପ୍ୟାନକାର୍ଡ ସହ ଆଧାର ଲିଙ୍କ କରିବାର ଶେଷ ତାରିଖ । ପୂର୍ବରୁ ବାରମ୍ବାର ଏହି ସମୟସୀମା ବଢିବା ପରେ ଗତ ମାର୍ଚ୍ଚ ୩୧ରେ ଏହାକୁ ଆଉ ୬ ମାସ ପାଇଁ ବଢାଇ ଦିଆଯାଇଥିଲା । କିନ୍ତୁ ସେପ୍ଟେମ୍ବର ୩୦ ପରେ ଏହା ଆଉ ଥରେ ବଢିବ କି ନା ସେ ସମ୍ପର୍କରେ ଏପର୍ଯନ୍ତ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଆସିନାହିଁ । ଯଦି ସରକାର ଏହି ସମୟସୀମା ଆଉ ନ ବଢାନ୍ତି, ଆସନ୍ତା ୩୦ ତାରିଖ ପରେ ଆଧାର ଲିଙ୍କ ହୋଇନଥିବା ପ୍ୟାନକାର୍ଡ ଅଚଳ ହୋଇଯିବ ।

ଗତ ବର୍ଷ ଜୁନ ମାସରେ ସରକାର କହିଥିଲେ ଯେ ମାର୍ଚ୍ଚ ୩୧, ୨୦୧୯ ସୁଦ୍ଧା ଆଧାର ପ୍ୟାନ ଲିଙ୍କ କରିହେବ । କିନ୍ତୁ ସମୟ ସୀମା ବଢାଇବା ପାଇଁ ବିଭିନ୍ନ ମହଲରୁ ଦାବି ହେବା ପରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଏହି ସମୟସୀମାକୁ ସେପ୍ଟେମ୍ବର ୩୦ ପର୍ଯନ୍ତ ବଢାଇଦେଇଥିଲେ । ଏହି ସମୟସୀମା ଗତ ୨ ବର୍ଷ ମଧ୍ୟରେ ପ୍ରାୟ ୬ ଥର ବଢିଲାଣି । ଗତବର୍ଷ ମାର୍ଚ୍ଚ ୨୭ରେ ଅର୍ଥମନ୍ତ୍ରାଳୟ ଅଧିନସ୍ଥ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଏହା କରିବାର ଶେଷ ତାରିଖକୁ ଜୁନ ୩୦କୁ ବଢାଇଦେଇଥିଲେ । ପରେ ଏହାକୁ ମାର୍ଚ୍ଚ ୩୧, ୨୦୧୯କୁ ବଢାଯାଇଥିଲା ।

ସମ୍ବନ୍ଧିତ ଖବର