୧୦୨ ବର୍ଷ ମଧ୍ୟରେ ଏ ବର୍ଷର ସେପ୍ଟେମ୍ବର ମାସର ବୃଷ୍ଟିପାତ ସବୁଠୁ ଅଧିକ

ନୂଆଦିଲ୍ଲୀ: ୧୦୨ ବର୍ଷ ମଧ୍ୟରେ ଏ ବର୍ଷର ସେପ୍ଟେମ୍ବର ମାସରେ ମୌସୁମୀ ବାୟୁ ପ୍ରବାହଜନିତ ବୃଷ୍ଟିପାତ ସର୍ବାଧିକ ହେବାକୁ ଯାଉଛି। ବୋଲି ଜଣାପଡ଼ିଛି। ଏଥିଯୋଗୁଁ ଭାରତରେ ଜୁନ୍‌ରୁ ସେପ୍ଟେମ୍ବର ମାସ ମଧ୍ୟରେ ହେଉଥିବା ସ୍ୱାଭାବିକ ବୃଷ୍ଟିପାତ ହାର ଠାରୁ ଏଥର ୯% ଅଧିକ ବର୍ଷା ହୋଇଛି। ପୁଣି ଆଜି ମଧ୍ୟ ଅନେକ ସ୍ଥାନରେ ବର୍ଷା ନିମେନ୍ତ ସତର୍କ ସୂଚନା ଦିଆଯାଇଛି।

ସେପ୍ଟେମ୍ବର ମାସରେ ସମଗ୍ର ଭାରତରେ ୨୪୭. ୧ ମିଲିମିଟର୍‌ ବର୍ଷା ହୋଇଛି। ଏହା ସ୍ୱାଭାବିକ ବୃଷ୍ଟିପାତ ହାର ଠାରୁ ୪୮% ଅଧିକ ଏବଂ ୧୯୦୧ ମସିହା ଠାରୁ ଭାରତୀୟ ପାଣିପାଗ ବିଭାଗର ରେକର୍ଡ ଅନୁସାରେ ତୃତୀୟ ସର୍ବାଧିକ ବୃଷ୍ଟିପାତ। ପୂର୍ବରୁ ୧୯୧୭ ଏବଂ ୧୯୮୩ ମସିହାରେ ସମଗ୍ର ଭାରତରେ ସେପ୍ଟେମ୍ବର ମାସରେ ହିଁ ସବୁଠୁ ଅଧିକ ବର୍ଷା ହୋଇଥିଲା। ବୃଷ୍ଟିପାତ ହାର ଥିଲା ଯଥାକ୍ରମେ- ୨୫୫. ୮ ମିଲିଲିଟର୍‌ ଏବଂ ୨୮୫. ୬ ମିଲିଲିଟର୍‌।

ଏ ବର୍ଷ ମୌସୁମୀ ବାୟୁ ପ୍ରବାହରେ ବିଳମ୍ବ ହେବାରୁ ଜୁନ୍‌ ମାସରେ ସ୍ୱାଭାବିକ ଠାରୁ ୩୩% କମ୍‌ ବର୍ଷା ହୋଇଥିଲା। ଔପଚାରିକ ଭାବେ ସୋମବାର ଅର୍ଥାତ୍‌ ଆଜି ଶେଷ ହେଉଥିବା ଏ ବର୍ଷର ମୌସୁମୀ ବାୟୁ ପ୍ରବାହଜନିତ ବର୍ଷା ଚତୁର୍ମାସ୍ୟା ଅବଧି ଅନୁସାରେ ଗତ ୨୫ ବର୍ଷ ମଧ୍ୟରେ ମଧ୍ୟ ସର୍ବାଧିକ। ଏଥର ସର୍ବଭାରତୀୟସ୍ତରରେ ବର୍ଷାଋତୁର ବୃଷ୍ଟିପାତ ୯୫୬. ୧ ମିଲିମିଟର୍‌, ଯାହା ସ୍ୱାଭାବିକ ବୃଷ୍ଟିପାତ ଠାରୁ ୯% ଅଧିକ।

ସମ୍ବନ୍ଧିତ ଖବର