ମସ୍କୋ : ରୁଷ୍‌ ବିଦେଶ ମନ୍ତ୍ରୀ ସେର୍ଗି ଲାବରୋବ ଆଜି ଜି-୨୦ ବୈଠକରେ ଯୋଗ ଦେବା ପାଇଁ ବାଲିରେ ପହଞ୍ଚିବା ପରେ ଅସୁସ୍ଥ ହୋଇପଡ଼ିଥିବା ଖବର ପ୍ରସାରିତ ହୋଇଥିଲା। ଲାବରୋବ ବାଲିରେ ପହଞ୍ଚିବା ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି ଏବଂ ତାଙ୍କର ହୃଦ୍‌ ସମସ୍ୟା ରହିଛି ବୋଲି ଖବର ପ୍ରସାରିତ ହୋଇଥିଲା। କିଛି ସମୟ ପରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା କୁହାଯାଇଥିଲା। କିନ୍ତୁ ଲାବରୋବ ଏଭଳି ରିପୋର୍ଟକୁ ଖଣ୍ଡନ କରିଛନ୍ତି।

Advertisment

ଲାବରୋବ କହିଛନ୍ତି, ତାଙ୍କ ସ୍ବାସ୍ଥ୍ୟ ବିଲକୁଲ ଠିକ୍‌ ଅଛି ଏବଂ ସେ ଅସୁସ୍ଥ ନାହାନ୍ତି। ପଶ୍ଚିମ ସାମ୍ବାଦିକମାନଙ୍କର ଭୁଲ୍‌ ରିପୋର୍ଟିଂକୁ ଲାବରୋବ କଡ଼ା ସମାଲୋଚନା କରିଛନ୍ତି। ଏହାପରେ ରୁଷ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମାରିଆ ଜାଖାରୋବା ତାଙ୍କ ସହ ଲାବରୋବଙ୍କର ଏକ ଭିଡିଓ ପୋଷ୍ଟ୍‌ କରିଥିଲେ। ଉଭୟ ଜି-୨୦ ବୈଠକରେ ବସିଥିବାର ଭିଡିଓ ସେ ପୋଷ୍ଟ୍‌ କରିଥିଲେ।। ଏହା ଅତି ମାତ୍ରାରେ ମିଥ୍ୟା ଖବର ବୋଲି ସେ କହିଥିଲେ।