accident in Pune: ପୁଣେରେ ସିରିଜ୍‌ ଦୁର୍ଘଟଣା: ୮ ଜୀବନ୍ତଦଗ୍ଧ

ପୁଣେସ୍ଥିତ ବେଙ୍ଗାଲୁରୁ-ମୁମ୍ବାଇ ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୮ ଜଣ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି ଓ ୧୫ ଜଣ ଗୁରୁତର ହୋଇଛନ୍ତି। ଏକ ସେତୁ ଉପରେ ମାଲବାହୀ ଟ୍ରକ୍‌ ବ୍ରେକ୍‌ ଫେଲ୍‌ ହେବା ପରେ ନିୟନ୍ତ୍ରଣ ହରାଇ ୬ଟି ଗାଡ଼ିକୁ ଧକ୍କା ଦେଇଥିଲା।

dadgzcv

ପୁଣେ: ପୁଣେସ୍ଥିତ ବେଙ୍ଗାଲୁରୁ-ମୁମ୍ବାଇ ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୮ ଜଣ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି ଓ ୧୫ ଜଣ ଗୁରୁତର ହୋଇଛନ୍ତି। ଏକ ସେତୁ ଉପରେ ମାଲବାହୀ ଟ୍ରକ୍‌ ବ୍ରେକ୍‌ ଫେଲ୍‌ ହେବା ପରେ ନିୟନ୍ତ୍ରଣ ହରାଇ ୬ଟି ଗାଡ଼ିକୁ ଧକ୍କା ଦେଇଥିଲା। ଚାହୁଁ ଚାହୁଁ ଗାଡ଼ିଗୁଡ଼ିକରେ ନିଆଁ ଲାଗି ଯାଇଥିଲା।

ଗାଡ଼ିରେ ଥିବା ଯାତ୍ରୀମାନେ ବାହାରକୁ ଆସି ନପାରି ଜିଅନ୍ତା ଜଳି ଯାଇଥିବା ଜଣେ ଅଧିକାରୀ କହିଛନ୍ତି। ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ନିଆଁ ଅଣା‌ୟତ୍ତ ହୋଇଯାଇଥିଲା ଏବଂ ଗାଡ଼ି ଭିତରେ ଫସିଥିବା ୮ ଜଣଙ୍କୁ ଉଦ୍ଧାର କରାଯାଇ ପାରିନଥିଲା। ପୁଲିସ ଟ୍ରକ୍‌ର ବ୍ରେକ୍‌ ଫେଲ ହେବାର କାରଣ ଏବଂ ଦୁର୍ଘଟଣାର ତଦନ୍ତ କରୁଛି। ଏହି ଘଟଣା ପରେ ରାସ୍ତାରେ ଜଳିଯାଇଥିବା ଗାଡ଼ିଗୁଡ଼ିକର ଭଗ୍ନାବଶେଷ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe