ଲକ୍ଷ୍ନୌ: ଲକ୍ଷ୍ନୌର ଏଡିଜେ କୋର୍ଟ କୁଖ୍ୟାତ ସିରିଆଲ କିଲର ରାମ ନିରଞ୍ଜନ ଓରଫ ରାଜା କୋଲନ୍ଦରକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଅପରାଧରେ ତା’ର ସାଥୀ ତଥା  ଶ୍ୟାଳକ ଭାକ୍ଷରାଜକୁ ମଧ୍ୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୨୦୦୦ ମସିହାରେ ଘଟିଥିବା ଡବଲ ମର୍ଡର ପାଇଁ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ରାଜା କୋଲନ୍ଦର ବିରୋଧରେ ୨୦ରୁ ଅଧିକ ହତ୍ୟା ମାମଲା ରୁଜୁ ହୋଇଥିଲା। ଅଧିକାଂଶ ମାମଲାରେ, ପ୍ରମାଣ ଆଧାରରେ ତାକୁ ନିର୍ଦ୍ଦୋଷରେ ଖଲାସ କରାଯାଉଥିଲା। କିନ୍ତୁ ଜଣେ ସାମ୍ବାଦିକ ମୃତ୍ୟୁ ମାମଲାରେ ସେ ଆଇନର ଜାଲରେ ଫସିଯାଇଥିଲା ।

Advertisment

ଯେତେବେଳେ ରାଜା କୋଲନ୍ଦରkg ଗିରଫ କରାଯାଇଥିଲା, ପ୍ରୟାଗରାଜରେ ଥିବା ତା ଫାର୍ମ ହାଉସରୁ ବହୁ ସଂଖ୍ୟକ କଙ୍କାଳ ଏବଂ ମଣିଷ ମୁଣ୍ଡ ଉଦ୍ଧାର କରାଯାଇଥିଲା। କୋଲନ୍ଦର ଜଣେ ତାନ୍ତ୍ରିକ ବୋଲି ଅଭିଯୋଗ ହୋଇଥାଏ।

ଯେତେବେଳେ ରାଜା କୋଲନ୍ଦରkg ଗିରଫ କରାଯାଇଥିଲା, ପ୍ରୟାଗରାଜରେ ଥିବା ତା ଫାର୍ମ ହାଉସରୁ ବହୁ ସଂଖ୍ୟକ କଙ୍କାଳ ଏବଂ ମଣିଷ ମୁଣ୍ଡ ଉଦ୍ଧାର କରାଯାଇଥିଲା। କୋଲନ୍ଦର ଜଣେ ତାନ୍ତ୍ରିକ ଏବଂ ସେ ଖପୁରୀରୁ ସୁପ ତିଆରି କରି ପିଉଥିଲା ବୋଲି ଅଭିଯୋଗ ହୋଇଥାଏ। କୁହାଯାଏ ଯେ ସେ ଲୋକଙ୍କୁ ହତ୍ୟା କରୁଥିଲା, ତା'ପରେ ସେମାନଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଦେଉଥିଲା ଏବଂ ଶରୀରର ଖଣ୍ଡଗୁଡ଼ିକୁ ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଉଥିଲା, କିନ୍ତୁ ସେ ମୃତ ଶରୀରର ମୁଣ୍ଡକୁ ନିଜ ସହିତ ନେଇଯାଉଥିଲା। ଏହା ପରେ, ସେ ମସ୍ତିଷ୍କ ବାହାର କରି ସୁପ୍ ତିଆରି କରି ପିଉଥିଲା। 

ତାହାର ଅପରାଧ କାହାଣୀକୁ ନେଇ ନେଟଫ୍ଲିକ୍ସ ପକ୍ଷରୁ ଏକ ଡକ୍ୟୁମେଣ୍ଟାରୀ ‘ଦି ଇଣ୍ଡିଆନ ପ୍ରିଡେଟର’ ୨୦୨୩ ମସିହାରେ ପ୍ରସାରିତ ହୋଇଥିଲା ।