୭ବର୍ଷରେ ୩୦ ଶିଶୁକନ୍ୟାଙ୍କୁ ଶିକାର କରିଥିଲା, ଛାତିକୁ ଥରାଇଦେବ ଏହି ସିରିୟଲ କିଲରର କାହାଣୀ

ନୂଆଦିଲ୍ଲୀ: କାମନାର ଭୂତ ତା ମୁଣ୍ଡରେ ସବାର ଥିଲା, କେବଳ କାମନା ନୁହେଁ ଦୁଷ୍କର୍ମ ପରେ ନିରୀହଙ୍କୁ ହତ୍ୟା କରିବାର ନିଶା ତାକୁ ସିରିୟଲ କିଲର ସଜାଇଦେଇଥିଲା | ଆଜି ଆମେ ଆପଣଙ୍କୁ ଭାରତର ଏମିତି ଜଣେ ସିରିୟଲ କିଲର ବାବଦରେ କହିବୁ ଯାହା ବାବଦରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ | ଏହି ସିରିୟଲ କିଲରର ନାମ ହେଉଛି ରବିନ୍ଦର କୁମାର | ୨୦୦୮ରୁ ୨୦୧୫ ମଧ୍ୟରେ କୁମାର ପ୍ରାୟ ୩୦ଜଣ ଶିଶୁକନ୍ୟାଙ୍କୁ ଶିକାର କରିଥିଲା | କୁହାଯାଏ ଯେ ରବିନ୍ଦରର କାମନାର ଶିକାର ହୋଇଥିବା ସବୁଠାରୁ କମ ବୟସ ଝିଅର ବୟସ ମାତ୍ର ୨ ବର୍ଷ ଥିବାବେଳେ ସବୁଠାରୁ ବଡ ଝିଅର ବୟସ ୧୨ ବର୍ଷ ଥିଲା |

ଏବେ ରବିନ୍ଦରକୁ ଦିଲ୍ଲୀର ରୋହିଣୀ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି ଓ କୋର୍ଟରେ ରବିନ୍ଦର ନିଜ ଅପରାଧ ସ୍ୱୀକାର କରିଛି । କୋର୍ଟରେ ରବିନ୍ଦର କହିଥିଲା ଯେ ସେ ପ୍ରାୟ ୩୦ଜଣ ଶିଶୁକନ୍ୟାଙ୍କୁ ଦୁଷ୍କର୍ମ କରିଥିଲା । ଏହି ଶିଶୁମାନଙ୍କୁ ସେ ହତ୍ୟା ମଧ୍ୟ କରିଥିଲା | ରବିନ୍ଦର କହିଥିଲା ଯେ ପର୍ଣ୍ଣ ଭିଡିଓ ଦେଖିବା ପରେ ସେ ପ୍ରଥମେ ଦୁଷ୍କର୍ମ କରିଥିଲା ଆଉ ପ୍ରମାଣ ଲୁଚାଇବାକୁ ସେ ହତ୍ୟା କରିଥିଲା | ଏହାପରେ ସେ ଲଗାତାର ଏଭଳି ଅପରାଧ କରିଥିଲା | ଉତ୍ତରପ୍ରଦେଶ କାସଗଞ୍ଜର ରବିନ୍ଦରକୁ ଜୁଲାଇ ୨୦୧୫ରେ ଗିରଫ କରାଯାଇଥିଲା। ପଚରାଉଚରା ବେଳେ ସେ ୩୦ ଜଣ ଶିଶୁଙ୍କୁ ଦୁଷ୍କର୍ମ କରିଥିବାର ସ୍ୱୀକାର କରିଥିଲା |

ସମ୍ବନ୍ଧିତ ଖବର