ପାଟନା: ବିହାରର ଜମୁଇ ଅଞ୍ଚଳରେ ସିରିଏଲ କିସରଙ୍କ ଆତଙ୍କକୁ ନେଇ ଅନେକ ଚର୍ଚ୍ଚା ହେବା ପରେ ଏହି କିସରଙ୍କୁ ପୁଲିସ ଧରିଛି | ତେବେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପୁଲିସ ଅନେକ ସଂଗୀନ ତଥ୍ୟ ହାସଲ କରିଛି | ଅଭିଯୁକ୍ତଙ୍କ ବାବଦରେ ପୁଲିସ କହିଛି ଯେ ଯେଉଁ ଭିଡ଼ିଓଟି ଭାଇରାଲ ହୋଇଥିଲା ସେଥିରେ ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା | କିନ୍ତୁ ବାସ୍ତବରେ ଏହି ଗ୍ୟାଙ୍ଗରେ ୪ ଜଣ ସଦସ୍ୟ ଥିଲେ | ଏମାନେ ଦିନବେଳେ ମହିଳାଙ୍କୁ ଅସଦାଚରଣ କରୁଥିବାବେଳେ ରାତିରେ ଚୋରି କରୁଥିଲେ। ତେବେ ଜମୁଇ ଅଂଚଳର ଜଣେ ମହିଳାଙ୍କୁ ଚୁମ୍ବନ ଦେଉଥିବାର ଭିଡିଓ ଭାଇରାଲ ହେବା ପରେ ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଥିଲା | ଆଉ ପୁଲିସ ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ କୁହାଯାଉଥିବା ମହମ୍ମଦ ଆକ୍ରମକୁ ଜମୁଇ ଜିଲ୍ଲାର ମହିସୋଧୀ ଅଂଚଳରୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରିଛି।
ଏହି ଗ୍ୟାଙ୍ଗର ନେତା ଧରାପଡ଼ିବା ପରେ ପୁଲିସ ଆଉ ତିନିଜଣ ସଦସ୍ୟଙ୍କୁ ମଧ୍ୟ ଧରିଛି | ଉଲ୍ଲେଖ ଥାଉ କି ଜମୁଇରୁ ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଥିଲା । ଯେଉଁଥିରେ ସଦର ହସ୍ପିଟାଲ ପରିସରରେ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ କୌଣସି ଜଣେ ବ୍ୟକ୍ତିଙ୍କ ସହିତ ଫୋନରେ କଥା ହେଉଛନ୍ତି। ଏହି ସମୟରେ ଉକ୍ତ ସିରିଏଲ କିସର ଦୌଡ଼ି ଆସି ତାଙ୍କୁ ଜୋରଜବରଦସ୍ତ ଚୁମ୍ବନ ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା | ଏହା ପରେ ପୁଲିସ ଅଭିଯୁକ୍ତକୁ ଖୋଜୁଥିଲା ଏବଂ ସୋମବାର ତାଙ୍କୁ ଗିରଫ କରାଯାଇଥିଲା।
ଗିରଫ ପରେ ପୁଲିସ ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ କରିଛି ଏବଂ ଅନ୍ୟ ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ଏହା ସହିତ ଗ୍ୟାଙ୍ଗ ସହିତ ଜଡିତ ଅନ୍ୟ ଲୋକଙ୍କ ବିଷୟରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି | ତେବେ ମହମ୍ମଦ କହିଛି ଯେ ଅତୀତରେ ମଧ୍ୟ ସେ ଏଭଳି ଅନେକ ଘଟଣା କରିଛନ୍ତି। କିନ୍ତୁ ପୂର୍ବରୁ ଭୟରେ ମହିଳାମାନେ ଅଭିଯୋଗ କରିନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/23358dba-6fff-44c2-898b-0ad4955d771f.jpg)