ହିସାର: ଘନ କୁହୁଡ଼ି ସମସ୍ୟା ଯୋଗୁଁ ଦିଲ୍ଲୀ-ଜୟପୁର ରାଜପଥରେ ଆଜି ସକାଳେ ୧୨ଟି ଗାଡ଼ି ଏକ ସମୟରେ ଧକ୍କା ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀ ଏବଂ ଜୟପୁରକୁ ସଂଯୋଗ କରୁଥିବା ହରିୟାଣାର ରେୱାଡ଼ି ଜିଲ୍ଲା ନିକଟସ୍ଥ ସବାନ୍ ଚୌକ ଜାତୀୟ ରାଜପଥ ୮ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ହୋଇଥିଲା। ୧୨ଟି ଗାଡ଼ି ପଛକୁ ପଛ ଧକ୍କା ହୋଇଥିଲା। ଦୁର୍ଘଟଣାରେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି। ତେବେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଇ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ ନିଆଯାଇଥିଲା। କୁହୁଡ଼ି ଯୋଗୁଁ ଆଜି ସକାଳ ୮ଟା ପର୍ଯ୍ୟନ୍ତ ଦିଲ୍ଲୀ-ଜୟପୁର ରାଜପଥରେ କିଛି ବି ଦୃଶ୍ୟମାନ ହେଉନଥିଲା।
ଘନ କୁହୁଡ଼ି ଯୋଗୁଁ ସିରିଜ୍ ଦୁର୍ଘଟଣା: ୨ ମୃତ, ୩୦ ଆହତ
/sambad/media/post_attachments/wp-content/uploads/2019/12/accident90-news-first-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)