କାବୁଲରେ ସିରିଜ ବିସ୍ଫୋରଣ, ୧୨ ମୃତ, ନିଜକୁ ଦାୟୀ କଲା ତାଲିବାନ

ଭୁବନେଶ୍ୱର : ଆଫଗାନିସ୍ତାନ କାବୁଲରେ ଆଜି ତଗାତାର ତିନୋଟି ବୋମାବିସ୍ଫୋରଣ ହେବାରୁ ଅତିକମରେ ୧୨ ଜଣ ଲୋକ ମୃତ୍ୟୁବରଣ କରିଥିବା ଜଣାପଡିଛି । ଏହି ଘଟଣାରେ ଆଉ ପ୍ରାୟ ୩୦ରୁ ଅଧିକ ବ୍ୟକ୍ତି ଗୁୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଆତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

ପ୍ରଥମ ବିସ୍ଫୋରଣଟି ଆଜି ସକାଳ ୮ଟା ୧୦ ମିନିଟରେ ହୋଇଥିଲା । ସରକାରୀ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସକୁ ଲକ୍ଷ୍ୟ କରି ଏହି ବିସ୍ଫୋରଣ ହୋଇଥିଲା । ଏଥିରେ ୫ ଜଣ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୧୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ । ଏହି ବିସ୍ଫୋରଣଟି ଆଫଗାନିସ୍ତାନର ଖଣି ମନ୍ତ୍ରାଳୟର ଥିଲା ବୋଲି ସରକାରୀ ସୁତ୍ରରୁ ଜଣାପଡିଛି । ପ୍ରଥମ ବିସ୍ଫୋରଣ ଘଟିବା ପରେ ସେଠାରେ ପଡିରହିଥିବା ମୃତାହତଙ୍କୁ ଉଠାଇବାକୁ ସହାୟତା ଦଳ ପହଞ୍ଚିବା ପରେ ୨ୟ ବିସ୍ଫୋରଣଟି ହୋଇଥିଲା । ଏହି ବିସ୍ଫୋରଣରେ ୭ ଜଣ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୨୦ ଜଣ ଆହତ ହୋଇଥିଲେ । ୩ୟ ବିସ୍ଫୋରଣଟି ଏକ କାରରେ ହୋଇଥିଲା । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । ପ୍ରଥମ ବିସ୍ଫୋରଣ ପାଇଁ ତାଲିବାନ ନିଜକୁ ଦାୟୀ କରିଛି ।

ସମ୍ବନ୍ଧିତ ଖବର