ନୂଆଦିଲ୍ଲୀ: ୨୪ ଘଣ୍ଟା ମଧ୍ୟରେ ଶିବସେନାର ଆଉ ୭ ଜଣ ବିଧାୟକ ବିଦ୍ରୋହୀ ଗୋଷ୍ଠୀରେ ଯୋଗ ଦେବାପରେ ଏନ୍ସିପି ଓ କଂଗ୍ରେସ ମଧ୍ୟ ଏହାକୁ ନେଇ ବିଚଳିତ ହୋଇପଡ଼ିଛନ୍ତି। ଶିବସେନା ନେତା ସଂଜୟ ରାଉତ ଏମ୍ଭିଏ ମେଣ୍ଟ ଛାଡ଼ିବାକୁ ଶିବସେନା ପ୍ରସ୍ତୁତ ଅଛି ବୋଲି ସୂଚନା ଦେବା ପରେ ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମହାରାଷ୍ଟ୍ର କଂଗ୍ରେସର ବରିଷ୍ଠ ନେତାମାନେ ଆଜି ଏକ ବୈଠକ କରିଛନ୍ତି। ଏଚ୍ କେ ପାଟିଲ, ବାଲାସାହେବ ଥୋରାଟ, ନାନା ପାଟୋଲ୍ ଏବଂ ଅଶୋକ ଚୌହାନଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ଆଜି ଏକ ବୈଠକରେ ଯୋଗ ଦେଇଛନ୍ତି। ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ କହିଛନ୍ତି, ବିଜେପିକୁ ଅଟକାଇବାପାଇଁ ତାଙ୍କ ଦଳ ଶିବସେନା ସହ ଦୃଢ଼ ଭାବେ ରହିଛି। ଏବେ ଯେଉଁ ଖେଳ ଚାଲିଛି ତାହା ଇଡି ପାଇଁ ବୋଲି ସେ କହିଛନ୍ତି। ଏହା ସହିତ କଂଗ୍ରେସ ସଭାପତି ନାନା ପାଟୋଲ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଏନ୍ସିପି ନେତା ଅଜିତ ପାୱାରଙ୍କ ବିରୋଧରେ ମଧ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି। ଅଜିତ ପାୱାର କଂଗ୍ରେସ ବିଧାୟକ ଏବଂ ମନ୍ତ୍ରୀମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରୁଛନ୍ତି। ବିକାଶ ପାଣ୍ଠିକୁ ଅଟକାଇ ଅଜିତ ପାୱାର କଂଗ୍ରେସ ବିଧାୟକମାନଙ୍କୁ ନିର୍ଯାତନା ଦେଉଛନ୍ତି ବୋଲି ପାଟୋଲ କହିଛନ୍ତି। ଅତି ସ୍ବେଚ୍ଛାଚାରୀ ଭାବେ କାମ କରୁଥିବା ଏହି ନେତାଙ୍କ ପାଇଁ କଂଗ୍ରେସ କର୍ମୀମାନେ ହତୋତ୍ସାହିତ ହୋଇପଡ଼ିଛନ୍ତି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।
ଏମ୍ଭିଏରୁ ଓହରିବା ପାଇଁ ଶିବସେନାର ସୂଚନା ନେଇ କଂଗ୍ରେସ ଅସନ୍ତୁଷ୍ଟ
ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିରୋଧରେ ଗୁରୁତର ଅଭିଯୋଗ
/sambad/media/post_attachments/wp-content/uploads/2022/06/ajit-pawar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)