ଜୟପୁର: ରାଜସ୍ଥାନର ଜଣେ ଦଳିତ ବ୍ୟକ୍ତି କଂଗ୍ରେସର ଜଣେ ବିଧାୟକ ଏବଂ ଜଣେ ଡିଏସ୍ପିଙ୍କ ନାମରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। କଂଗ୍ରେସ ବିଧାୟକ ଗୋପାଳ ମୀନା ତାଙ୍କୁ ଜୋତା ଚଟାଇଥିଲେ। ସେହିଭଳି ଡିଏସ୍ପି ତାଙ୍କ ଉପରେ ପରିସ୍ରା କରିଥିଲେ। ଚଳିତବର୍ଷ ଜୁନ ୩୦ ତାରିଖରେ ଏହି ଘଟଣା ଘଟିଛି। ୫୧ ବର୍ଷୀୟ ଦଳିତ ବ୍ୟକ୍ତି ଜଣକ କହିଛନ୍ତି ଜୁନ ୩୦ରେ ସେ କାର୍ଯ୍ୟ କରୁଥିବା ସମୟରେ କିଛି ପୁଲିସ ଅଧିକାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ତାଙ୍କୁ ପିଟିବା ସହିତ ଏକ କକ୍ଷକୁ ନେଇଯାଇଥିଲେ। ସେଠାରେ ଡିଏସ୍ପି ଶିବ କୁମାର ଭରଦ୍ବାଜ ତାଙ୍କୁ ମାରପିଟ୍ କରିବା ସହିତ ତାଙ୍କ ଉପରେ ପରିସ୍ରା କରିଥିଲେ। ଏପରିକି ପୁଲିସ ଅଧିକାରୀ ଜଣକ କଂଗ୍ରେସ ବିଧାୟକ ଗୋପାଳ ମୀନାଙ୍କ ନାମ ନେଇ ତାଙ୍କୁ ଧମକ ଦେଇଥିଲେ। ସେ ଏହି ଅଞ୍ଚଳର ରାଜା ବୋଲି ଧମକ ଦିଆଯାଇଥିବା ନେଇ ଏତଲାରେ ଅଭିଯୋଗ କରାଯାଇଛି। ବିଧାୟକ ତାଙ୍କୁ ଜୋତା ଚାଟିବାକୁ ବାଧ୍ୟ କରିଥିଲେ ବୋଲି ସେ ଅଭିଯୋଗରେ କହିଛନ୍ତି।
ଏପରିକି ବିଧାୟକ ଏବଂ ପୁଲିସ ଅଧିକାରୀ ତାଙ୍କ ମୋବାଇଲ ଫୋନ ଛଡ଼ାଇ ନେଇଯାଇ ଧମକ ଦେଇଥିଲେ। ପ୍ରଥମେ ପୁଲିସ ଅଭିଯୋଗ ରୁଜୁ କରିବାକୁ ମନା କରିଦେଇଥିଲା। ଏହାପରେ ସେ ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା। ଦଳିତ ବ୍ୟକ୍ତି ଜଣକ ଶେଷରେ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଏତଲା ରୁଜୁ କରିଛି। ଏତଲାରେ ବିଧାୟକ ଓ ଡିଏସପିଙ୍କ ନାମ ଅଭିଯୁକ୍ତ ଭାବେ ରହିଛି। ଅଭିଯୋଗ ପରଠାରୁ ଦଳିତ ବ୍ୟକ୍ତିଙ୍କୁ ଲଗାତାର ଧମକ ଆସୁଛି। ଉକ୍ତ ଘଟଣାର ତଦନ୍ତ ଏବେ କ୍ରାଇମ ବ୍ରାଞ୍ଚର ଅପରାଧ ତଦନ୍ତ ବିଭାଗ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/congress-ff.jpg)