ସାଙ୍ଘାତିକ ସମସ୍ୟା: ନୂତନ ପର୍ଯ୍ୟାୟ କୋଭିଡ୍-୧୯ ସଂକ୍ରମଣ ବିରୋଧରେ ସଂଗ୍ରାମ ଚଳାଇଛନ୍ତି ଚୀନ୍ ଏବଂ ଆମେରିକା

ନୂଆଦିଲ୍ଲୀ: ଚୀନ୍‌ରେ ହଠାତ୍ ନୂତନ ‌ସଂକ୍ରମଣ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଅଦମନୀୟ ସଂକ୍ରମଣ ବୃଦ୍ଧି ଉଭୟ ଦେଶରେ କୋଭିଡ୍-୧୯ ସଂକ୍ରମଣର ନୂତନ ପ୍ରବାହର ସଙ୍କେତ ଦେଉଥିବାରୁ ଲୋକେ ଚିନ୍ତାକୁଳ ହୋଇପଡ଼ିଛନ୍ତି।

ଗତ ଚାରି ଦିନ ମଧ୍ୟରେ ଶନିବାର ଦିନ ଚୀନ୍‌ରେ ସର୍ବୋଚ୍ଚ ସଂଖ୍ୟକ ସଂକ୍ରମଣ ରିପୋର୍ଟ ହୋଇଥିବାରୁ ରାଜଧାନୀ ସହର ବେଜିଙ୍ଗ୍‌ରେ କୋଭିଡ୍-୧୯ ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡୁଛି।

ଶୁକ୍ରବାର ଦିନ ମେନ୍‌ଲାଣ୍ଡ୍‌ ଚାଇନାରେ ଜାତୀୟ ସ୍ବାସ୍ଥ୍ୟ କମିସନ୍ ୨୧ଯି ନୂତନ ସଂକ୍ରମଣ ମାମଲା ରିପୋର୍ଟ କରିଥି‌ଲା। ଏହି ସଂକ୍ରମଣ ସଂଖ୍ୟା ଗତ ୧୩ ଦିନ ପୂର୍ବର ସଂକ୍ରମଣରୁ ଅଧିକ ଏବଂ ସୋମବାର ପରଠାରୁ ସର୍ବାଧିକ ବୋଲି ଜଣାପଡ଼ିଛି।

ବେଜିଙ୍ଗ୍‌ରେ ରିପୋର୍ଟ ହୋଇଥିବା ୧୭ଟି ନୂତନ ସଂକ୍ରମଣ ୧୧ ଦିନ ପୂର୍ବର ସଂକ୍ରମଣ ଠାରୁ ଅଧିକ ଏବଂ ଜୁନ୍ ୨୦ ତାରିଖ ପରଠାରୁ ସର୍ବାଧିକ ବୋଲି କୁହାଯାଇଛି। ଜୁନ୍ ୧୧ ତାରିଖ ଦିନ ବେଜିଙ୍ଗ୍‌ ପ୍ରଥମ କରି ନୂତନ ସଂକ୍ରମଣ ପ୍ରବାହ ରିପୋର୍ଟ ହୋଇଥିଲା। ଏହି ସଂକ୍ରମଣର ଉତ୍ପତ୍ତିସ୍ଥଳ ରାଜଧାନୀର ଦକ୍ଷିଣପଶ୍ଚିମରେ ଥିବା ପାଇକାରୀ ଖାଦ୍ୟ ବଜାର ବୋଲି ଜଣାପଡ଼ିଥିଲା। ସହରରେ ଥିବା ୨୦ ନିୟୁତ ଜନତାଙ୍କ ମଧ୍ୟରୁ ପ୍ରାୟ ୩୦୦ ଜଣ ଭୂତାଣୁ ସଂସ୍ପର୍ଶରେ ଆସିଥିଲେ।

Image Courtesy of Radio Free Europe

ଶୁକ୍ରବାର ସୁଦ୍ଧା ଚୀନ୍‌ରେ ସଂକ୍ରମଣ ସଂଖ୍ୟା ୮୩, ୪୮୩ ଥିବା ବେଳେ ମୃତ୍ୟୁସଂଖ୍ୟା ୪, ୬୩୪ ରହିଛି।

ଯୁକ୍ତରାଷ୍ଟ୍ର ଆମେରିକାରେ ସରକାରୀ ଭାବେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ଯାହା ଦର୍ଶାଯାଉଛି ବାସ୍ତବ ସଂଖ୍ୟା ତା’ର ୧୦ ଗୁଣ ହୋଇପାରେ ବୋଲି ଜଣେ ଶୀର୍ଷସ୍ତରୀୟ ସ୍ବାସ୍ଥ୍ୟ ଅଧିକାରୀ ମତଦେଇଛନ୍ତି। ଦୁଇ ମାସ ତଳେ ଯୁକ୍ତରାଷ୍ଟ୍ର ଆମେରିକାର ଇମ୍ୟୁନୋଲୋଜିଷ୍ଟ୍‌ ଆନ୍ଥୋନି କହିଥିଲେ ଯେ, ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳରେ ଆମେ ସାଙ୍ଘାତିକ ସମସ୍ୟାର ସମ୍ମୁଖୀନ ହେଉଛୁ। ଏହାକୁ ସମୂଳେ ନାଶ କରିପାରିଲେ ହିଁ ଏହାର ବିଲୟ ଘଟିବ ବୋଲି ସେ କହିଥିଲେ।

ସମ୍ପ୍ରତି ଆମେରିକାରେ ସଂକ୍ରମଣ ସଂଖ୍ୟା ୨. ୫ ନିୟୁତ ଥିବାବେଳେ ଦୈନିକ ୩୦ ହଜାର ସଂକ୍ରମଣ ରିପୋର୍ଟ ଆସୁଛି। ଏପର୍ଯ୍ୟନ୍ତ ପ୍ରାୟ ୧୨୫, ୦୦୦ ସଂକ୍ରମିତ ଆମେରିକୀୟ ଏଥିରେ ପ୍ରାଣ ହରାଇଲେଣି। ଦେଶର ଦୁଇ ବୃହତ୍ ନଗରୀ ଟେକ୍ସାସ୍ ଏବଂ ଫ୍ଲୋରିଡା କୋଭିଡ୍-୧୯ ସଂକ୍ରମଣର ଦ୍ବିତୀୟ ପ୍ରବାହ ଦେଖା ଦେଲାଣି।

ସମ୍ବନ୍ଧିତ ଖବର