ନୂଆଦିଲ୍ଲୀ: ଭାରତର ଟିକା ଆବଶ୍ୟକତା ଉପରେ ପ୍ରଥମେ ଗୁରୁତ୍ୱ ଦେଇ ବାକି ଟିକା ବିଶ୍ୱର ଅନ୍ୟ ଅଞ୍ଚଳକୁ ପଠାଇବାକୁ ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’କୁ ନିର୍ଦେଶ ମିଳିଥିବା କଥା ସିଇଓ ଅଦର ପୁନାଓ୍ଵାଲା କହିଛନ୍ତି।
ସେ କହିଛନ୍ତି, ଭାରତର ବିପୁଳ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ସମନ୍ଵୟ ରକ୍ଷା କରି ବିଶ୍ୱର ବାକି ଦେଶଗୁଡ଼ିକୁ ଟିକା ପଠାଇବାକୁ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ନିର୍ଦେଶ ମିଳିଛି। ତେଣୁ ଯେଉଁ ଦେଶ ଓ ସରକାରମାନେ ଭାରତରୁ ‘କୋଭିସିଲ୍ଡ୍’ କିଣିବାକୁ ଆଗ୍ରହୀ ସେମାନେ ଧୈର୍ଯ୍ୟ ଧରନ୍ତୁ ବୋଲି ପୁନାଓ୍ଵାଲା ଅନୁରୋଧ କରିଛନ୍ତି।
Image Courtesy of News18ଟୁଇଟ୍ କରି ଅଦର୍ ପୁନାଓ୍ଵାଲା କହିଛନ୍ତି, ପ୍ରିୟ ଦେଶ ଓ ସରକାର, ଆପଣମାନେ ‘କୋଭିସିଲ୍ଡ୍’ ଯୋଗାଣକୁ ଅପେକ୍ଷା କରି ରହିଥିବା ବେଳେ ମୋର ବିନମ୍ର ନିବେଦନ, ଧୈର୍ଯ୍ୟ ଧରନ୍ତୁ। ଭାରତର ବ୍ୟାପକ ଟିକା ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ବିଶ୍ୱର ବାକି ଦେଶମାନଙ୍କ ସହ ସମନ୍ଵୟ ରକ୍ଷା କରିବାକୁ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ନିର୍ଦେଶ ମିଳିଛି। ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛୁ।
ସୂଚନାଯୋଗ୍ୟ, ଜାତିସଂଘ ଶାନ୍ତିରକ୍ଷାକାରୀଙ୍କ ଲାଗି ବୁଧବାର ଦିନ ଭାରତ ୨ ଲକ୍ଷ ଡୋଜ୍ କୋଭିଡ୍-୧୯ ଟିକା ଉପହାର ପଠାଇବାକୁ ଭାରତ ଘୋଷଣା କରିଛି। ସେହିଭଳି, ପୂର୍ବରୁ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ମଧ୍ୟ ବ୍ରାଜିଲ୍, ମେକ୍ସିକୋ, କାନାଡା ଭଳି ଦେଶକୁ ଟିକା ପଠାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/adar.jpg)