ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକକୁ କୋଭିଡ -୧୯ ଟିକା ଉପରେ ଅଧିକ ତଥ୍ୟ ଦାଖଲ କରିବାକୁ କହିଲା ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ: କିଛି ଦିନ ତଳେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍ ନିଜ ନିଜର ସ୍ବଦେଶୀ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ‘ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ’ଙ୍କ (ଡିସିଜିଆଇ) ଅନୁମୋଦନ ନିମନ୍ତେ ଆବେଦନ କରିଥିଲେ | ହେଲେ ଆଜି ଅନୁଷ୍ଠିତ ଏକ ବୈଠକରେ ଏହି ଦୁଇ କମ୍ପାନି ଦ୍ୱାରା ପ୍ରସ୍ତୁତ କୋଭିଡ -୧୯ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବା ପୂର୍ବରୁ ଅଧିକ ତଥ୍ୟ ମାଗିଛନ୍ତି ବିଶେଷଜ୍ଞ କମିଟି | ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପାଇବା ପୂର୍ବରୁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍ ସେମାନଙ୍କ କୋଭିଡ -୧୯ ଟିକା ଉପରେ ଅଧିକ ତଥ୍ୟ ଦାଖଲ କରିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ କମିଟି ସ୍ପଷ୍ଟ କରିଛନ୍ତି।

ବୈଠକ ସମୟରେ ବିଶେଷଜ୍ଞ କମିଟି କହିଥିଲେ ଯେ, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଔଷଧ ନିର୍ମାତା ‘ଆଷ୍ଟ୍ରାଜେନିକା’ଦ୍ୱାରା ବିକଶିତ କରୋନାଭାଇରସ୍‌ ଟିକା, ଯାହାକୁ ଭାରତରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଉତ୍ପାଦନ କରୁଛି, ତାକୁ ପ୍ରଥମେ ବ୍ରିଟେନରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ହିଁ ଆମେ ଭାରତରେ ଏହାର ଜରୁରୀକାଳୀନ ବ୍ୟବହାର ନେଇ ଚିନ୍ତା କରିବୁ | ତେବେ ଟିକା ଅନୁମୋଦନ କରିବାକୁ ବିଶେଷଜ୍ଞ କମିଟିର ଅଧିକାର ନଥିଲେ ମଧ୍ୟ କମିଟି ଡିସିଜିଆଇକୁ ସୁପାରିଶ କରୁଥିବାରୁ ସେମାନଙ୍କ ମତ ଗୁରୁତ୍ୱ ରଖେ |

NYOOOZ

ଏବେ ବିଶେଷଜ୍ଞ କମିଟିର ଆଦେଶ ପରେ ଏବେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ କୋଭାସିଲ୍‌ଡ୍‌ ଟିକା ଏବଂ ଭାରତ ବାୟୋଟେକକୁ କୋଭାକ୍ସିନ ଟିକା ବିଷୟରେ ଅଧିକ ତଥ୍ୟ ଦାଖଲ କରିବାକୁ ହବ |

ସମ୍ବନ୍ଧିତ ଖବର