ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ଭଳି ମହାମାରୀ ସହ ଲଢ଼ିବା ପାଇଁ ଅନେକ ଟିକା ଉପରେ ପରୀକ୍ଷଣ ଚାଲୁ ରହିଥିବା ବେଳେ ଏବେ ଟିକା ପ୍ରସ୍ତୁତିକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି | ଏବେ ନାକରେ ଦିଆଯାଇ ପାରୁଥିବା କରୋନା ଟିକା ବାହାର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି | ଖୁବ ଶୀଘ୍ର ଏ ନେଇ ସେରମ ଇନଷ୍ଟିଚ୍ୟୁଟ ପରୀକ୍ଷା ଆରମ୍ଭ କରିବ ବୋଲି ଜଣା ପଡିଛି | ଏ ବିଷୟରେ ସରକାର ସୂଚନା ଦେଇ କହିଛନ୍ତି ଯେ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍ ନିୟାମକ ଅନୁମୋଦନ ପାଇବା ପରେ ନାଜାଲ କରୋନାଭାଇରସ୍ ଟିକା(ନାକରେ ଦିଆଯାଇପାରୁଥିବା ଟିକା)ର ପରୀକ୍ଷା ଆରମ୍ଭ କରିବେ।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ, ବର୍ତ୍ତମାନ ଭାରତରେ କୌଣସି ନାଜାଲ କରୋନାଭାଇରସ୍ ଟିକା ଉପରେ ପରୀକ୍ଷା କରାଯାଇ ନାହିଁ। ଭାରତରେ ନାଜାଲ କରୋନାଭାଇରସ୍ ଟିକାର ପରୀକ୍ଷଣ ପାଇଁ ଭାରତୀୟ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ସହଯୋଗରେ ଭାରତ ବାୟୋଟେକ ୱାଶିଂଟନ ବିଶ୍ୱବିଦ୍ୟାଳୟ ଏବଂ ସେଣ୍ଟ ଲୁଇସ ବିଶ୍ୱବିଦ୍ୟାଳୟ ସହିତ ଏକ ଚୁକ୍ତି କରିଛି। ଭାରତ ବାୟୋଟେକ୍ ୱାଶିଂଟନ୍ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନ୍ ସହିତ କରିଥିବା ଚୁକ୍ତିରେ କରୋନାଭାଇରସ୍ ସଂକ୍ରମଣ ସୃଷ୍ଟି କରୁଥିବା ଭୂତାଣୁ ପାଇଁ ଏକ ଇଣ୍ଟ୍ରାନାଜାଲ ଟିକା ଉତ୍ପାଦନ କରାଯିବ ଏବଂ ଏହାର ପରୀକ୍ଷଣ ସହ ଏହାକୁ ବଜାରରେ ମଧ୍ୟ ବିକ୍ରି କରାଯିବ |
indiatodayସେ ଆହୁରି ମଧ୍ୟ କହିଛନ୍ତି ଯେ, ସେରମ୍ ଇନଷ୍ଟିଚ୍ୟୁଟ୍ ଏବଂ ଭରତ ବାୟୋଟେକ୍ ଖୁବ୍ ଶୀଘ୍ର ଭାରତରେ ନାଜାଲ କରୋନାଭାଇରସ୍ ଟିକାର 'ଲେଟ-ଷ୍ଟେଜ' ପରୀକ୍ଷଣ ଆରମ୍ଭ କରିବେ। 'ଲେଟ-ଷ୍ଟେଜ' ପରୀକ୍ଷଣ ସାଧାରଣତଃ ହଜାର ହଜାର ସ୍ବେଚ୍ଛାସେବୀଙ୍କୁ ସାମିଲ କରିଥାଏ, ବେଳେବେଳେ ଏହି ପରୀକ୍ଷଣରେ ୩୦,୦୦୦ ରୁ ୪୦,୦୦୦ ସ୍ବେଚ୍ଛାସେବୀ ସାମିଲ ହୋଇଥାନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Corona-Vaccine-Dose-Will-Be-Given-Via-Nose_Thumbnail.jpg)