କୋଭିଡ୍‌ ଟିକା ଦରକୁ ନେଇ ସ୍ପଷ୍ଟ କଲା ସେରମ୍ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଅଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କରୋନା ବିରୋଧ ଲଢେଇରେ ମୁଖ୍ୟ ଅସ୍ତ୍ର କୁହାଯାଉଥିବା ଟିକାର ଦାମକୁ ନେଇ ଏପଟେ ଲାଗିରହିଛି ଦ୍ୱନ୍ଦ୍ୱ । ଏହି ଦ୍ୱନ୍ଦ୍ୱକୁ ଦୂର କରିବାକୁ ଆଜି ଟିକା ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲା ଏକ ସାମ୍ବାଦିକ ସମ୍ମିଳନୀ କରି ଟିକାର ଦାମକୁ ନେଇ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କି ପ୍ରଥମେ କୋଭିସିଲ୍ଡର ଦାମ ବହୁତ କମ ରହିଥିଲା । କାରଣ ସେତେବେଳେ ଦେଶମାନେ ଆଗୁଆ ଫଣ୍ଡି କରିଥିଲେ । ତଥାପି ଏବେବି କୋଭିସିଲ୍ଡ ଦେଶର ସବୁଠାରୁ ଶସ୍ତା ଟିକାମାନଙ୍କ ମଧ୍ୟରେ ଅନ୍ୟତମ ବୋଲି ସେ କହିଛନ୍ତି ।

ଅନ୍ୟପଟେ ସେ କହିଛନ୍ତି କି କେବଳ କିଛି ଟିକା ଘରୋଇ ହସ୍ପିଟାଲକୁ ପ୍ରତି ଡୋଜ ୬ ଶହ ଟଙ୍କାରେ ବିକ୍ରି ହେବ । ଏହାସହ ସେ କହିଥିଲେ କି ସେରମ୍ ଏବେ ୩ ଟି ଦରରେ କୋଭିସିଲ୍ଡ ଟିକା ବିକ୍ରି କରୁଛି । ରାଜ୍ୟ ସରକାରମାନଙ୍କୁ ପ୍ରତି ଡୋଜ ୪୦୦ ଟଙ୍କାରେ ବିକ୍ରି କରାଯିବ ଓ କେନ୍ଦ୍ରକୁ ପ୍ରତିଡୋଜକୁ ୧୫୦ ଟଙ୍କାରେ ବିକ୍ରି କରାଯିବ ବୋଲି ପୁନାୱାଲା ସ୍ପଷ୍ଟ କରିଛନ୍ତି । ମେ’ ୧ ତାରିଖରୁ ଏହି ନୂଆ ଦରରେ ଟିକା ବିକ୍ରି କରାଯିବ ବୋଲି ପୁନାୱାଲା ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ।

ସମ୍ବନ୍ଧିତ ଖବର