ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା କୋଭିଡ-୧୯ ଟୀକା ବଜାରରେ ଉପଲବ୍ଧ ହେବ!

ନୂଆଦିଲ୍ଲୀ: ଟୀକା ତିଆରି କରିବାରେ ପ୍ରମୁଖ ‘ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ରବିବାର ଦିନ କହିଛି ଯେ, ଆସନ୍ତା ଦୁଇ ତିନି ସପ୍ତାହ ମଧ୍ୟରେ ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ବିକଶିତ କୋଭିଡ-୧୯ ଟୀକା ଉତ୍ପାଦନ ଆରମ୍ଭ କରିବାକୁ ଯୋଜନା କରୁଛୁ ଏବଂ ମାନବ କ୍ଲିନିକାଲ ପରୀକ୍ଷା ସଫଳ ହେଲେ ଅକ୍ଟୋବର ସୁଦ୍ଧା ଏହାକୁ ବଜାରକୁ ଆଣିବାକୁ ଆଶା କରୁଛୁ। ଟୀକା ପାଇଁ ପୁଣେ ଭିତ୍ତିକ ଏହି କମ୍ପାନୀ ଟୀକା ଉତ୍ପାଦନ କରୁଥିବା ସାତଟି ବିଶ୍ୱସ୍ତରୀୟ ଅନୁଷ୍ଠାନ ମଧ୍ୟରୁ ଅକ୍ସଫୋର୍ଡ ୟୁନିଭରସିଟି ସହିତ ସହଭାଗିତା କରିଥିବା ଜଣା ପଡିଛି ।

“ଆମ ଦଳ ଅକ୍ସଫୋର୍ଡ ୟୁନିଭରସିଟିର ଡାକ୍ତର ହିଲଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିଆସୁଛି ଏବଂ ଆମେ ୨-୩ ସପ୍ତାହ ମଧ୍ୟରେ ଟିକା ଉତ୍ପାଦନ ଆରମ୍ଭ କରିବୁ | ପ୍ରଥମ ୬ମାସ ପାଇଁ ମାସକୁ ୫ମିଲିୟନ୍ ଡୋଜ ଉତ୍ପାଦନ କରିବୁ ବୋଲି ଆଶା କରୁଛୁ, ଯାହା ପରେ ଆମେ ଉତ୍ପାଦନ ବୃଦ୍ଧି କରିବାକୁ ଆଶା କରୁଛୁ। ମାସକୁ ୧୦ନିୟୁତ ଡୋଜ ଉତ୍ପାଦନ ହେବ ବୋଲି ସେରମ୍ ଇନଷ୍ଟିଚ୍ୟୁଟ୍ ଇଣ୍ଡିଆ ସିଇଓ ଆଦର୍ଶ ପୁନାୱାଲା କହିଛନ୍ତି।

coronavirus vaccine: Serum Institute to be ready with coronavirus ...
ET HealthWorld

ଏହା ସହ ସେ କହିଛନ୍ତି, ଅତୀତରେ ମ୍ୟାଲେରିଆ ଟୀକା ପ୍ରକଳ୍ପ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଇଣ୍ଡିଆ ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକମାନଙ୍କୁ ସହ ସହଯୋଗ କରିଥିଲା ଏବଂ ଦୁହେଁ ଏଥିରେ ସଫଳ ମଧ୍ୟ ହୋଇଥିଲେ | ଯଦି ଆବଶ୍ୟକ ନିରାପତ୍ତା ଏବଂ ସୁନିଶ୍ଚିତତା ସହିତ ପରୀକ୍ଷା ସଫଳ ହୁଏ ତେବେ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା କୋଭିଡ-୧୯ ଟୀକା ବଜାରରେ ଉପଲବ୍ଧ ହେବ |  ଆସନ୍ତା ୨-୩ ସପ୍ତାହ ମଧ୍ୟରେ ଏହି ଟୀକା ପାଇଁ ଆମେ ଭାରତରେ ପରୀକ୍ଷା ଆରମ୍ଭ କରିବୁ |

ସମ୍ବନ୍ଧିତ ଖବର