ସର୍ଭର ଫେଲ୍‌: ଏୟାର ଇଣ୍ଡିଆର ବିମାନ ଉଡ଼ାଣରେ ୩ ଘଣ୍ଟା ବିଳମ୍ବ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ସର୍ଭର ଆଜି ଫେଲ୍‌ ହୋଇଯିବାରୁ ୨୫ଟି ବିମାନ ଉଡ଼ାଣରେ ଦୀର୍ଘ ୩ ଘଣ୍ଟା ବିଳମ୍ବ ହୋଇଥିଲା। ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି ଯେ ଆମେରିକାର ଆଟଲାଣ୍ଟା ସ୍ଥିତ ଡାଟା ସେଣ୍ଟର ସହ ସଂଯୁକ୍ତ ସର୍ଭରରେ ତ୍ରୁଟି ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା ଏବଂ ପରେ ସ୍ଥିତିରେ ସଂପୂର୍ଣ୍ଣ ସୁଧାର ହୋଇଛି । ତେବେ ଯାତ୍ରୀମାନଙ୍କୁ ଏ ବାବଦରେ ଲଗାତାର ସୂଚନା ଦିଆଯାଉଥିଲା ବୋଲି ସେ କହିଛନ୍ତି। ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏୟାର ଇଣ୍ଡିଆର ସର୍ଭର ଫେଲ୍‌କୁ ନେଇ ଯାତ୍ରୀମାନେ ଘୋର ଅସନ୍ତୋଷ ପ୍ରକାଶ କରି ଟ୍ଵିଟ୍‌ କରିଥିଲେ। ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିବାନ ବନ୍ଦରରେ ପହଞ୍ଚିଥିବା ବହୁ ଯାତ୍ରୀ ହତାଶ ହୋଇ ଏୟାର ଇଣ୍ଡିଆକୁ କଡ଼ା ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର