ନୂଆଦିଲ୍ଲୀ: ବାଚସ୍ପତି ଏବଂ ବିରୋଧୀ ଦଳଙ୍କ ମଧ୍ୟରେ ଆଲୋଚନା ବିଫଳ ହେବାରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ବିରୋଧ ଆଗତ ଅନାସ୍ଥା ଭୋଟ୍ ଉପରେ ବିତର୍କ ଆରମ୍ଭ ହେବାରେ ବିଳମ୍ବ ଘଟିଛି।
ବିରୋଧୀମାନେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ ଦେବାକୁ ଚାହୁଁଥିବା ବେଳେ, ବାଚସ୍ପତି ବିଦେଶୀ ଷଡ଼ଯନ୍ତ୍ର ଉପରେ ବିତର୍କ କରାଇବାକୁ ଚାହୁଁଛନ୍ତି।
ଆଜି ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ବିରୋଧରେ ଅନାସ୍ଥା ଭୋଟ୍ ନିମନ୍ତେ ଅଧିବେଶନ ଆରମ୍ଭ ହେବା ପରେ ‘ପିଟିଆଇ’ର ୨୨ଜଣ ବିଦ୍ରୋହୀ ନେତା ଏବଂ ‘ପିଟିଆଇ’ ସରକାରର ମାତ୍ର ୫୧ଜଣ ସଦସ୍ୟ ସଂସଦରେ ଉପସ୍ଥିତ ଥିଲେ।
Image Courtesy of NDTVପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ୍ କହିଲେ ଯେ, ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛୁ। ଏଥିପାଇଁ ଚାଲିଥିବା ବିତର୍କରେ ବୈଦେଶିକ ମନ୍ତ୍ରୀ କହୁଥିବା ବେଳେ ବିରୋଧୀମାନେ ଆପତ୍ତି କରିବାରୁ ଭାରତୀୟ ସମୟ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ସଂସଦ ମୁଲତବୀ ରହିଲା ବୋଲି ବାଚସ୍ପତି ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, ଅନାସ୍ଥା ଭୋଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ‘ପିଟିଆଇ’ର ବରିଷ୍ଠ ନେତାମାନଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଥିଲେ।
ଆଜି ପୂର୍ବାହ୍ନ ୧୧ଟା ବେଳେ ଅନାସ୍ଥା ଭୋଟ୍ ପାଇଁ ସଂସଦର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବାହାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିଲା। ସେ ଅଞ୍ଚଳରେ ରେଞ୍ଜର୍, ଏଫ୍ସି ଓ ପୁଲିସ କର୍ମଚାରୀମାନଙ୍କୁ ମୁତୟନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/pak.jpg)