ଏପ୍ରିଲ ୯ରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ ଇମ୍ରାନ ଖାଁ : ପାକ୍ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ଇସଲାମାବାଦ : ପାକିସ୍ତାନ ରାଷ୍ଟ୍ରପତି ଆରିଫ ଆଲଭିଙ୍କ ଦ୍ବାରା ନ୍ୟାସନାଲ ଆସେମ୍ବଲି ( ଭାରତର ସଂସଦ ପରି) ଭଙ୍ଗ ନିଷ୍ପତ୍ତି ଅସମ୍ବିଧାନିକ ବୋଲି ପାକିସ୍ତାନ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ଏହା ସହିତ ସୁପ୍ରିମକୋର୍ଟ ନ୍ୟାସନାଲ ଆସେମ୍ବଲି ଭଙ୍ଗକୁ ରଦ୍ଦ କରିବା ସହ ଆସନ୍ତା ୯ ତାରିଖ ଅର୍ଥାତ ଶନିବାର ଦିନ ୧୦ଟା ବେଳେ ଇମ୍ରାନ ଖାଁ ସରକାରଙ୍କ ବିରୋଧରେ ଆସ୍ଥା ଭୋଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉମର ଆଟା ବାନ୍ଦିଆଲଙ୍କ ଅଧ୍ୟକ୍ଷତାରେ ଥିବା ବୃହତ ୫ ଜଣିଆ ବେଞ୍ଚ୍ ଏହି  ରାୟ ଦେଇଛନ୍ତି ।

ଅନ୍ୟପକ୍ଷରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଆଗତ ଆସ୍ଥା ଭୋଟକୁ ରଦ୍ଦ କରିବାକୁ ନ୍ୟାସନାଲ ଆସେମ୍ବଲି ଉପ-ବାଚସ୍ପତି କାସିମ ସୁରୀଙ୍କ ନିଷ୍ପତ୍ତି ଭୁଲ ଓ ଏହା ପାକିସ୍ତାନ ସମ୍ବିଧାନର ଧାରା-୯୫ର ବିରୁଦ୍ଧାଚରଣ କରୁଛି ବୋଲି ପାକ୍ ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି । କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସମ୍ବିଧାନ ଦ୍ବାରା ବନ୍ଧା, ସେ ନ୍ୟାସନାଲ ଆସେମ୍ବଲି ଭଙ୍ଗ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ କରିପାରିବେ ନାହିଁ ।

 

 

ସମ୍ବନ୍ଧିତ ଖବର