କରୋନା ସଂକ୍ରମଣ ବଢ଼ିବାରୁ ଅମରାବତୀର ୨ଟି ସହରକୁ ୭ଦିନ ପାଇଁ ଲକଡାଉନ କଲେ ଜିଲ୍ଲାପାଳ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହଠାତ ବୃଦ୍ଧି ଘଟିବାରୁ ଏବେ ଚିନ୍ତାରେ ସରକାର। ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା‌ ଜିଲ୍ଲାମାନଙ୍କୁ ସତର୍କ ରହିବା ପାଇଁ କୁହାଯାଉଥିବା ବେଳେ ଅମରାବତୀ ଜିଲ୍ଲାର ୨ଟି ସହରକୁ ଲକଡାଉନ କରିଛନ୍ତି ଜିଲ୍ଲାପାଳ। ଅମରାବତୀ ଜିଲ୍ଲାର ଆଚଲପୁର ସହର ସହ ଅମରାବତୀ ସହରରେ ଆସନ୍ତାକାଲିଠାରୁ ସପ୍ତାହେ ପର୍ଯ୍ୟନ୍ତ ଲକଡାଉନ ଜାରି ହେବା ସହ କରୋନା କଟକଣାକୁ କଡ଼ାକଡ଼ି କରାଯିବ। ରବିବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଯଶୋମତି ଠାକୁର ଏହି ଘୋଷଣା କରିଛନ୍ତି।

ସପ୍ତାହେ ପୂର୍ବରୁ, ଅମରାବତୀରେ ସପ୍ତାହର ଶେଷ ଦୁଇ ଦିନ ଲକଡାଉନ କରାଯାଇଥିଲା। ଫେବ୍ରୁଆରି ୧୮ରେ, ଜିଲ୍ଲାପାଳ ଶୈଲେଶ ନାଭାଲ ଶନିବାର ସକାଳୁ ସୋମବାର ସକାଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଥିଲେ। ଶୁକ୍ରବାର ଦିନ ସମସ୍ତ ପ୍ରତିଷ୍ଠାନ ରାତି ୮ଟାରେ ବନ୍ଦ ହେବ ବୋଲି ଜିଲ୍ଲାପାଳ କହିଥିଲେ। ହେଲେ ଶନିବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରୁ ଆଜି ସପ୍ତାହେ ପର୍ଯ୍ୟନ୍ତ ଅମରାବତୀକୁ ଲକଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଛି।

Image result for Seven-day total lockdown imposed in Maharashtra's Amravati, Achalpur due to Covid spike
India.com

ଏହା ସହ ମହାରାଷ୍ଟ୍ରର ପୁଣେରେ ଆସନ୍ତାକାଲିଠାରୁ ନାଇଟ କର୍ଫ୍ୟୁ ଜାରି ହେବ । ଆସନ୍ତାକାଲିଠାରୁ ରାତି ୧୧ଟାରୁ ସକାଳ ୬ଟା ଯାଏ କଟକଣା ଜାରି ରହିବ । କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯିବ । ସେହିପରି ପୁଣେରେ ଫେବ୍ରୁଆରି ୨୮ ଯାଏ ସ୍କୁଲ ଓ କଲେଜ ବନ୍ଦ ରହିବ । କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।

ସମ୍ବନ୍ଧିତ ଖବର