ସଡ଼କ ଦୁର୍ଘଟଣାରେ ୭ ମୃତ

ଗୌହାଟୀ : ଆସାମରେ ପୃଥକ୍‌ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪ ଜଣ ଆହତ ହୋଇଛନ୍ତି। ନଲବରି ଜିଲ୍ଲାରେ ୨ଟି ଦୁର୍ଘଟଣା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଲଖିମପୁର ଓ ନାଗାଓଁ ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ନଲବରିରେ ଗୋଟିଲ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪ ଜଣ ଆହତ ‌ହୋଇଛନ୍ତି। ସେମାନେ ଯେଉଁ ଗାଡ଼ିରେ ଯାଉଥିଲେ ତାହା ବନେକୁଚି ଅଞ୍ଚଳରେ ଏକ ବ୍ରିଜ୍‌ର ରେଲିଂରେ ପିଟି ହୋଇଯିବା ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ସେମାନେ ବାରପେଟା ଜିଲ୍ଲାର ହାଓଲି ଅଞ୍ଚଳରୁ ଗୌହାଟୀକୁ ଫେରୁଥିଲେ। ଯାତ୍ରୀମାନେ ଏକ ଘରୋଇ ହସ୍ପିଟାଲର କର୍ମଚାରୀ।

ସମାନ ଘଟଣାରେ ଘୋଗ୍ରାପଡ଼ ଅଞ୍ଚଳରେ‌ ଗୋଟିଏ ଗାଡ଼ି ଆଜି ବ୍ରିଜ୍‌ ରେଲିଂରେ ପିଟି ହୋଇଯିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨ ଜଣ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର