ମଥୁରା : ଉତ୍ତରପ୍ରଦେଶ ମଥୁରାରେ ଶନିବାର ଦିନ ଯମୁନା ଏକ୍ସପ୍ରେସ୍‌ୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ‌ହୋଇ ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨ ଜଣ ଆହତ ହୋଇଛନ୍ତି। ସମସ୍ତ ମୃତକ ଗୋଟିଏ ପରିବାରର। ସେମାନେ ହରଦୋଇ ଜିଲ୍ଲାରେ ଏକ ବିବାହ ଉତ୍ସବରେ ଯୋଗ ଦେଇ ନଏଡ଼ାକୁ ଫେରୁଥିବାବେଳେ ବାଟରେ ଦୁର୍ଘଟଣା ହୋଇଥିଲା।

Advertisment

ଶନିବାର ଭୋର୍‌ ୫ ୟଟା ସମୟରେ ସେମାନଙ୍କ କାର୍‌ ଏକ ଅଜଣା ଗାଡ଼ି ସହ ଧକ୍କା ହେବା ଫଳରେ ୭ ଜୀବନ ଚାଲିଯାଇଛି। ଦୁର୍ଘଟଣାରେ ଆହତ ହୋଇଥିବା ୨ ଜଣଙକ ଅବସ୍ଥା ସଙ୍କଟାପନ୍ନ ରହିଛି। ଏସ୍‌ପି ଶିରିଶ ଚନ୍ଦ୍ର କହିଛନ୍ତି, ସମସ୍ତ ମୃତକ ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାର । ହରଦୋଇରେ ସେମାନେ ଏକ ବିବାହ ଉତ୍ସବରେ ଯୋଗ ଦେଇ ନଏଡ଼ାକୁ ଫେରୁଥିଲେ। ୭ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ୩ ଜଣ ପୁରୁଷ ଏବଂ ଜଣେ ଶିଶୁ ଅଛନ୍ତି। ଅନ୍ୟଜଣେ ଶିଶୁ ଏବଂ ଜଣେ ବ୍ୟକ୍ତି ଏବେ ଚିକିତ୍ସାଧୀନ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।