ଶ୍ରୀନଗର: ଗୁରୁବାର ଦିନ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀମାନେ ନିରାପତ୍ତା ବଳ ଉପରକୁ ଗ୍ରେନେଡ୍‌ ଫିଙ୍ଗିବା କାରଣରୁ ତିନି ଜଣ ମହିଳା ଓ ଦୁଇ ଜଣ ସିଆର୍‌ପିଏଫ୍‌ ଯବାନଙ୍କ ସମେତ ଅନ୍ୟୂନ ସାତ ଜଣ ଆହତ ହୋଇଛନ୍ତି।

Advertisment

ଅନନ୍ତନାଗ ଅନ୍ତର୍ଗତ ଶେରବାଗ ଠାରେ ଆତଙ୍କବାଦୀମାନେ ନିରାପତ୍ତା ବଳଙ୍କ ଉପରକୁ ଗ୍ରେନେଡ୍‌ ଫିଙ୍ଗିଥିବା କଥା ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସେ ଆହୁରି କହିଛନ୍ତି କି, ପୁଲିସ ମାମଲା ରୁଜୁ କରି ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଖୋଜିବାକୁ ତଦନ୍ତ ଆରମ୍ଭ କରିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା କଥା ଜଣାପଡ଼ିଛି।

ଗତ ଦୁଇ ଦିନ ମଧ୍ୟରେ ଦକ୍ଷିଣ କଶ୍ମୀରରେ ନିରାପତ୍ତା ବଳଙ୍କୁ ବିପକ୍ଷରେ ଏହା ହେଉଛି ଦ୍ୱିତୀୟ ଗ୍ରେନେଡ୍‌ ଆକ୍ରମଣ।

ବୁଧବାର ଦିନ କୁଲଗାମ ଜିଲ୍ଲାସ୍ଥିତ ଏକ ଥାନା ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ୍‌ ଫିଙ୍ଗିବାରୁ ତିନି ଜଣ ବେସାମରିକ ଲୋକ ଆହତ ହୋଇଥିଲେ।