ଫିଲାଡେଲ୍ଫିଆ: ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଫିଲାଡେଲ୍ଫିଆରେ ଗୋଟାଏ ୩ ମହଲା କୋଠାରେ ନିଆଁ ଲାଗିଯିବାରୁ ୭ଜଣ ପିଲାଙ୍କ ସମେତ ୧୩ଜଣଙ୍କର ମୃତ୍ୟୁ ଘଟଛି।
ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ପୂର୍ବାଞ୍ଚଳ ଯୁକ୍ତରାଷ୍ଟ୍ର ଆମେରିକା ନଗରୀର ଜନପ୍ରିୟ ଯାଦୁଘର ଜିଲ୍ଲା ‘ଫେୟାର୍ମାଉଣ୍ଟ୍’ରେ ଅବସ୍ଥିତ ଏହି ‘ପବ୍ଲିକ୍ ହାଉସିଙ୍ଗ୍’ରେ ଘଟିଥିବା ଉକ୍ତ ଭୟାବହ ଅଗ୍ନିକାଣ୍ଡରେ ଆହତ ହୋଇ ଆଉ ୨ଜଣ ଚିକିତ୍ସାଧୀନ ଥିବା ବେଳେ କୌଣସିମତେ ଆହୁରି ୮ଜଣ ଜଳନ୍ତା ଘରୁ ବାହାରି ଆସି ରକ୍ଷା ପାଇଯାଇଛନ୍ତି।
୩୫ ବର୍ଷର ଚାକିରି କାଳ ମଧ୍ୟରେ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଦେଖି ନ ଥିଲେ ବୋଲି ଫିଲାଡେଲ୍ଫିଆ ଅଗ୍ନିଶମ ବିଭାଗର ଡେପୁଟି କମିସନର୍ କ୍ରେଗ୍ ମର୍ଫି କହିଛନ୍ତି।
Image Courtesy of The Guardian Nigeriaଭାତୀୟ ସମୟ ହିସାବରେ ଆଜି ଭୋର୍ ୬.୪୦ରେ ଉକ୍ତ ୩ ତାଲିଆ ଘରର ଦ୍ବିତୀୟ ତାଲାରେ ନିଆଁ ଅତି ଭୟାନକ ହୋଇ ଜଳୁଥିଲା ବୋଲି ଅଗ୍ନିଶମ ବିଭାଗ ଅଧିକାରୀମାନେ କହିଛନ୍ତି। ଜଳନ୍ତା ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୫୦ ମିନିଟ୍ ଲାଗିଥିଲା।
ସେ କୋଠାଘରେ ପ୍ରାୟ ୨୬ଜଣ ବ୍ୟକ୍ତି ରହୁଥିଲେ। ପ୍ରଥମ ତାଲାରେ ୮ଜଣ, ଦ୍ବିତୀୟ ଏବଂ ତୃତୀୟ ତାଲାରେ ୧୮ଜଣ ରହୁଥିଲେ ବୋଲି ଅଗ୍ନିଶମ ବିଭାଗର ଡେପୁଟି କମିସନର୍ ମର୍ଫି କହିଛନ୍ତି। କିନ୍ତୁ, ନିଆଁ ଲାଗିଥିବା ବେଳେ ଘରେ କେତେ ଜଣ ଥିଲେ, ତାହା ଜଣାପଡ଼ିନାହିଁ। ଅଗ୍ନିକାଣ୍ଡର କାରଣ ମଧ୍ୟ ଏଯାବତ୍ ଜଣାପଡ଼ିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/ph-fire-1.jpg)