ଆସନ୍ତା ଏପ୍ରିଲ ସୁଦ୍ଧା ଭାରତରେ ପହଞ୍ଚିବ ୭ଟି ରାଫେଲ ବିମାନ : ରାଜନାଥ

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଏପ୍ରିଲ-ମେ ମାସ ସୁଦ୍ଧା ଭାରତକୁ ପ୍ରାୟ ୭ଟି ରାଫେଲ ଲଢୁଆ ବିମାନ ଆସିଯାଇଥିବ ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି । ଫ୍ରାନ୍ସଗସ୍ତରୁ ଶୁକ୍ରବାରଦିନ ଫେରିବା ପରେ ସେ କହିଛନ୍ତି ଯେ ରାଫେଲ ବିମାନ ଆସିବା ପରେ ଭାରତର ସାମରିକ ଶକ୍ତି ଉଲ୍ଲେଖନୀୟଭାବେ ବୃଦ୍ଧି ପାଇବ । ଏହି ବିମାନକୁ ଚଳାଇବାକୁ ଭାରତୀୟ ବାୟୁସେନାର ଏକ ଦଳ ଫ୍ରାନ୍ସରେ ତାଲିମ ନେଉଛନ୍ତି ବୋଲି ସେ କହିଛନ୍ତି ।

ଗତ ଦଶହରା ଦିନ ସେ ରାଫେଲରେ କରିଥିବା ଶସ୍ତ୍ରପୂଜାକୁ ନେଇ ବିରୋଧୀଦଳ କରୁଥିବା ସମାଲୋଚନା ସଂପର୍କରେ ସେ କହିଛନ୍ତି ଯେ ସେମାନେ ଯାହା କହିବା କଥା କୁହନ୍ତୁ, ମୋତେ ଯାହା ଠିକ ଲାଗିଲା ତାହା କରିଛି, ଆଗକୁ ମଧ୍ୟ ସେପରି କରିବି ।

ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା । ଆସନ୍ତା ୨୦୨୧ ସୁଦ୍ଧା ଚୁକ୍ତିହୋଇଥିବା ସମସ୍ତ ୩୬ଟି ରାଫେଲ ବିମାନ ଭାରତରେ ପହଞ୍ଚିବ ।

ସମ୍ବନ୍ଧିତ ଖବର