କୋପନହେଗନର ସପିଂ ମଲରେ ଗୁଳିକାଣ୍ଡ

ନୂଆଦିଲ୍ଲୀ: ଡେନମାର୍କର ରାଜଧାନୀ କୋପନହେଗନର ଫିଲ୍ଡସ ସପିଂ ମଲରେ ରବିବାର ଗୁଳିକାଣ୍ଡ ଘଟିଛି। ତେବେ ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ଡାନିସ ପୁଲିସ କହିଛି। କୋପନହେଗନ ପୁଲିସ ଟୁଇଟ୍‌ କରି ଜଣାଇଛି ଯେ, ଖବରପାଇବା ପରେ ଘଟଣାସ୍ଥଳକୁ ପୁଲିସକୁ ପଠାଯାଇଛି। ଲୋକଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦିଆଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ଜଣାପଡିଛି ଯେ, ପ୍ରଥମ ଗୁଳି ଶବ୍ଦ ଶୁଣିବା ପରେ ଲୋକେ ଏଣେ ତେଣେ ଦୌଡାଦୌଡି କରିଥିଲେ। ମଲ୍‌ଠାରୁ ଏକ ମାଇଲ ଦୂରରେ ବ୍ରିଟିଶ ବିଶିଷ୍ଟ କଣ୍ଠିଶିଳ୍ପୀ ହେରି ଷ୍ଟାଇଲ ଏକ ସଂଗୀତ ସମାରୋହରେ ସଂଗୀତ ପରିବେଷଣ କରିବା ଯୋଜନା ଥିବାରୁ ମଲରେ ବିଶେଷ ଗହଳି ଥିଲା। ଏଭଳି ସମୟରେ ଗୁଳି ଫୁଟିବାରୁ ଲୋକେ ଭୟଭୀତ ହୋଇପଡିଛନ୍ତି। ତେବେ କିଛି ଲୋକ ଆହତ ହୋଇଥିବା ପୁଲିସ କହିଛି। ଗିରଫ ବ୍ୟକ୍ତିଙ୍କ ନାମ କିମ୍ବା ଅଧିକ ତଥ୍ୟ ଦେବାକୁ ପୁଲିସ ମନା କରି ଦେଇଛି। ତେବେ କିଏ, କେଉଁ କାରଣରୁ ଏଭଳି କରିଛି ତାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର