ବେଙ୍ଗାଲୁରୁ: ରବିବାର ଦିନ ବନ୍ଧ ଭାଙ୍ଗି ଯିବା ଯୋଗୁଁ ହ୍ରଦରୁ ପାଣି ବହିଆସି ହୁଲିମାବୁ ଅଞ୍ଚଳର ବହୁ ସଂଖ୍ୟକ ଘରେ ପଶିଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

Advertisment

ଅକସ୍ମାତ ବନ୍ୟା ଯୋଗୁଁ ବିଶେଷ ପ୍ରଭାବିତ ହୋଇଥିବା ପ୍ରାୟ ୨୫୦ ପରିବାରକୁ ନିରାପଦ ସ୍ଥାନକୁ ନିଆଯାଉଛି। ଏହି ବନ୍ୟା ଯୋଗୁଁ କେତେକ କାର୍‌ ଓ ଦ୍ୱିଚକିଆ ଯାନ ମଧ୍ୟ ଭାସିଯାଇଥିବା କଥା ସେମାନେ କହୁଛନ୍ତି।

publive-image Image Courtesy of The Economics Times

ସହରର ମେୟର୍‌ ଏମ୍‌ ଗୌତମ କୁମାର କହିଛନ୍ତି ଯେ କେତେକ ଲୋକେ ଗୋଟାଏ ଆର୍ଥମୁଭର୍‌ ଯୋଗେ ଖନନ କରି ପାଇପ ବିଛାଇବାକୁ ଚେଷ୍ଟା କରିବା ବେଳେ ଅଘଟଣ ଘଟିଛି। ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଳିକେ (ବିବିଏମ୍‌ପି) ଏହି ଘଟଣାର ତଦନ୍ତ କରିବ।

ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଳିକେ ଅଧିକାରୀମାନେ କହିଛନ୍ତି କି, ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା କର୍ମଚାରୀମାନେ ରିଲିଫ୍‌ କାର୍ଯ୍ୟ ଚଳାଇଛନ୍ତି।

ଆବାସିକ ପରିସର ମଧ୍ୟରୁ ପମ୍ପ୍‌ ଯୋଗେ ପାଣି କଢ଼ାଯାଉଛି। ଘାଇ ହୋଇଥିବା ବନ୍ଧକୁ ମରାମତି କରିବାକୁ ଇଞ୍ଜିନିୟର୍‌ମାନଙ୍କୁ ଲଗାଯାଇଛି।