ନୂଆଦିଲ୍ଲୀ: ଶୁକ୍ରବାର ଦିନ କାବୁଲ୍‌ରେ ତାଲିବାନ୍‌ର ‘ସେଲିବ୍ରେଟରି ଏରିଅଲ୍‌ ଗନ୍‌ଫାୟାର୍‌’ରେ (ଉତ୍ସବ ପାଳନକାଳୀନ ଶୂନ୍ୟକୁ ଗୁଳିଚାଳନା) ପିଲାମାନଙ୍କ ସମେ‌ତ କେତେକ ବ୍ୟକ୍ତିବିଶେଷ ପ୍ରାଣ ହରାଇଛନ୍ତି ବୋଲି ସ୍ଥାନୀୟ ଆଫଗାନ୍‌ ସମ୍ବାଦ ସରବରାହ ସଂସ୍ଥାନ ରିପୋର୍ଟ କରିଛି।

Advertisment

publive-image Image Courtesy of India Today

‘ନ୍ୟାସ୍‌ନାଲ୍‌ ରେଜିଷ୍ଟାନ୍‌ସ୍‌ ଫ୍ରଣ୍ଟ୍‌ ଅଫ୍ ଆଫଗାନିସ୍ତାନ୍‌’କୁ ପରାସ୍ତ କରି ପଞ୍ଜଶୀର ଉପତ୍ୟକାକୁ ନିୟନ୍ତ୍ରଣାଧୀନ କରି ପାରିଛନ୍ତି ବୋଲି ତାଲିବାନ୍‌ ଘୋଷଣା କରିବା ପରେ ଶୁକ୍ରବାରେ ସମଗ୍ର କାବୁଲ୍‌ରେ ଉତ୍ସବ ପାଳନକାଳୀନ ଭୀଷଣ ବନ୍ଧୁକ ଫୁଟିବା ଶବ୍ଦ ଶୁଭିଥିଲା। ଆହତ ଆତ୍ମୀୟସ୍ବଜନଙ୍କୁ ଧରି ଲୋକେ ଡାକ୍ତରଖାନା ନେଉଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ସେୟାର୍ ହୋଇଥିବା ଫଟୋ ଏବଂ ଭିଡିଓରେ ଦେଖାଯାଉଛି।

publive-image Image Courtesy of India TV News

ସର୍ବଶକ୍ତିମାନ ଆଲ୍ଲାଙ୍କ କୃପାରୁ ଆମେ ସମଗ୍ର ଆଫଗାନିସ୍ତାକୁ ନିୟନ୍ତ୍ରଣାଧୀନ କରିଛୁ। ବିଶୃଙ୍ଖଳା ସୃଷ୍ଟିକାରୀମାନେ ପରାସ୍ତ ‌ହୋଇଛନ୍ତି ଏବଂ ଏଥର ପଞ୍ଜଶୀର ଆମ ଅଧୀନକୁ ଆସିଛି ବୋଲି ଜଣେ ତାଲିବାନ୍‌ କମାଣ୍ଡର୍‌ କହିଥିବା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ଉଦ୍ଧୃତି କରିଛି।

କିନ୍ତୁ, ପଞ୍ଜଶୀର ପ୍ରତିରୋଧକାରୀ ଫୌଜର ନେତା ଅହମଦ୍ ମାସୌଦ୍‌ କହିଛନ୍ତି ଯେ, ପଞ୍ଜଶୀର ବିଜୟ ସମ୍ବାଦ ମିଥ୍ୟା। ଟୁଇଟ୍‌ କରି ସେ କହିଛନ୍ତି, ପଞ୍ଜଶୀର ବିଜୟ ସମାଚାର ପାକିସ୍ତାନୀ ଗଣମାଧ୍ୟମରେ ପ୍ରସାରଣ କରାଯାଉଛି। ତାହା ମିଥ୍ୟା। ଇନ୍‌ସାଲ୍ଲାହା, ପଞ୍ଜଶୀର ବିଜୟ ଦିନ ହେବ ପଞ୍ଜଶୀରରେ ମୋର ଶେଷ ଦିବସ।