ମୁମ୍ବାଇ: ବର୍ଷା ପବନରେ ଭୁଶୁଡ଼ି ପଡିଲା ମଣ୍ଡପ । ଅସ୍ଥାୟୀ ମଣ୍ଡପ ଭାଙ୍ଗି ପଡିବାରୁ ୨୫ ଶ୍ରଦ୍ଧାଳୁ ଆହତ । ପ୍ରବଚନ ଶୁଣିବା ପାଇଁ ଏକାଠି ହୋଇଥିବା ବେଳେ ପ୍ରକୃତିର ତାଣ୍ଡବଲୀଳା । ଜୋରଦାର ପବନରେ ଭାଙ୍ଗିଗଲା ଅସ୍ଥାୟୀ ମଣ୍ଡପ ।

Advertisment

ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ ସଙ୍ଗେସଙ୍ଗେ ଅଣାଯାଇଥିବା ବେଳେ ସେମାନଙ୍କ ମଧ୍ୟରପ ୧୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ମଣ୍ଡପ ସେମାନଙ୍କ ଉପରେ ପଡିଯିବା ପରେ ସେମାନଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଡାକ୍ତର କହିଛନ୍ତି

ମହାରାଷ୍ଟ୍ର ଜଲନା ଜିଲ୍ଲା ବଜ୍ରଖେଡା ଗାଁରେ ଶିବ ମହାପୁରାଣ ଶୁଣିବାକୁ ଏକାଠି ହୋଇଥିଲେ ହଜାର ହଜାର ଶ୍ରଦ୍ଧାଳୁ । ଦିନ ପ୍ରାୟ ୧ଟା ବେଳେ ଏହି ଝଡ ତୋଫାନ ଫଳରେ ଅଘଟଣ ଘଟିଛି । ତେବେ ଗତ ୧୮ ତାରିଖୁ ଗାଁରେ ଆଧ୍ୟାତ୍ମିକ କାର‌୍ୟ୍ୟକ୍ରମ ଜାରି ରହିଥିବା ବେଳେ ୨୫ ତାରିଖରେ ସରିବ ଆଉ ଆଜି ପ୍ରାୟ ୫୦୦୦ ଲୋକଙ୍କ ସମାଗମ ହୋଇଥିଲା ।