ଉଜ୍ଜୟିନୀ: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଥିବା ମହାକାଳେଶ୍ବର ମନ୍ଦିରରେ ସୋମବାର ପ୍ରବଳ ଲୋକ ଭିଡ଼ ହେତୁ ଦଳାଚକଟାରେ ବହୁ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ଅଛନ୍ତି।
ସୂଚନାରୁ ଜାଣିବାକୁ ମିଳିଛି ଯେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କ ସମେତ ବହୁ ଭିଆଇପି ବ୍ୟକ୍ତିତ୍ବ ମନ୍ଦିରକୁ ଯିବା ହେତୁ ଏହି ଭିଡ଼ ଉପୁଜିଥିଲା।
ଘଟଣାର ଏକ ଭିଡିଓରେ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ମହାମାରୀ କରୋନା କାଳରେ ଏଭଳି ଭିଡ଼ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଭିଡିଓରେ ଦେଖିବାକୁ ମିଳିଛି ଯେ ଭିଆଇପି ଲୋକମାନଙ୍କ ନିକଟତର ହେବା ପାଇଁ ଲୋକେ ମନ୍ଦିରର ୪ ନମ୍ବର ଗେଟ୍କୁ ଠେଲାପେଲା କରି ଭିତରକୁ ଧସେଇ ପଶୁଛନ୍ତି। ଏପରିକି ସୁରକ୍ଷା ବ୍ୟବସ୍ଥା ପାଇଁ ନିୟୋଜିତ ହୋଇଥିବା ପୁଲିସ୍କର୍ମୀ ମଧ୍ୟ ଭିଡ଼ରେ ଦଳି ଚକଟି ହୋଇ ଯାଉଥିବାର ଦେଖିବାକୁ ମିଳିଛି। ଆଗକୁ ମନ୍ଦିରରେ ସାମାଜିକ ଦ୍ବରତ୍ବ ବଜାୟ ପ୍ରତି ଗୁରୁତ୍ବ ଦିଆଯିବ ବୋଲି ଉଜ୍ଜୟିନୀର କଲେକ୍ଟର ଆଶିଷ ସିଂ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Many-People-Injured-in-Stampede-in-Mahakaleswar-Temple_Thumbnail.jpg)