ଜାତୀୟ ପତାକା ଉତ୍ତୋଳନ କରୁୁଥିବା ବିକ୍ଷୋଭକାରୀଙ୍କ ଉପରକୁ ତାଲିବାନର ଗୁଳି ମାଡ଼, ଏକାଧିକ ଲୋକଙ୍କ ମୃତ୍ୟୁ

କାବୁଲ: ଆଫଗାନିସ୍ତାନରେ ଶାନ୍ତି ପ୍ରତିଜ୍ଞା ସତ୍ତ୍ୱେ ତାଲିବାନ ଆଜି ଆସାଦବାଦ ସହରରେ ଗୁଳି ଚଳାଇଥିବା ଜଣାପଡ଼ିଛି। ଜାତୀୟ ପତାକା ଉତ୍ତୋଳନ କରୁୁଥିବା ବିକ୍ଷୋଭକାରୀଙ୍କ ଉପରକୁ ତାଲିବାନ ଗୁଳି ଚଳାଇଥିବା ବେଳେ ଏକାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ବିକ୍ଷୋଭକାରୀମାନେ ତାଲିବାନକୁ ବିରୋଧ କରି ସେମାନଙ୍କ ଧଳା ପତାକା ଛିଣ୍ଡାଇବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହା ପରେ ତାଲିବାନମାନେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ମୃତ୍ୟୁବରଣ କରିଥିବା ଲୋକେ ଗୁଳି ବାଜି ମୃତ୍ୟୁବରଣ କରିଛନ୍ତି କି ଦଳାଚକଟାରେ ମୃତ୍ୟୁବରଣ କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ।

Several killed amid firing by Taliban and stampede during rally in Afghan  city, says witness
Tribune India

ବିକ୍ଷୋଭକାରୀ ମହମ୍ମଦ ସଲିମ କହିଛନ୍ତି ଯେ, ପ୍ରଥମେ ମୁଁ ଡରି ଯାଇଥିଲି ଏବଂ ଯିବାକୁ ଚାହୁଁ ନଥିଲି। କିନ୍ତୁ ଯେତେବେଳେ ମୋର ଜଣେ ପଡ଼ୋଶୀ ବି‌କ୍ଷୋଭରେ ଯୋଗ ଦେଉଥିବାର ଦେଖିଲି ମୁଁ ଘରେ ଥିବା ପତାକା ଧରି ବିକ୍ଷୋଭରେ ସାମିଲ ହେଲି। ସେଠାରେ ପହଞ୍ଚି ବିକ୍ଷୋଭ କରିବା ପରେ ତାଲିବାନମା‌ନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହା ଦ୍ୱାରା ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର